ଓଡିଆନ୍ ନ୍ୟୁଜ

126

ନିଆରା ଆମ ଗାଁ

Team Odian News |

ନିଆରା ଆମ ଗାଁ
ଭାରତ ଭିନ୍ନତାରେ ଏକତାର ଏକ ଦେଶ ଏଠାରେ ଅନେକ ଭିନ୍ନତା ରହିଥାଏ ଭାଷାଗତ, ସଂସ୍କୃତି ଗତ, ଜାତିଗତ, ଧର୍ମଗତ ପ୍ରଭୃତି । ଏହିଭଳି କେତେକ ଭିନ୍ନ ଗାଁ ବିଷୟରେ ଆସନ୍ତୁ ଜାଣିବା ।
ପାଣିଟାଙ୍କିର ଗାଁ
ପଞ୍ଜାବର  ଜଳନ୍ଧରରେ ରହିଛି ଉପପଲ ଗାଁ  । ଏହି ଗାଁଟି ପାଣି ଟାଙ୍କିର ଗାଁ ଭାବରେ ବେଶ ପରିଚିତ । ଅନ୍ୟ ସବୁଠି ସାଧାରଣତଃ ପାଣି ଟାଙ୍କି ଗୁଡ଼ିକ ସିଲିଣ୍ଡର ବା ଚଉଖୁଣ୍ଟିା ହୋଇଥିବା ବେଳେ ଏହି ଗାଁରେ ବିଭିନ୍ନ ଆକୃତିର ପାଣି ଟାଙ୍କି ଦେଖିବାକୁ ମିଳିଥାଏ ।  ଉଡ଼ାଜାହାଜ, ହାତୀ, ଘୋଡ଼ା,କାର ପ୍ରଭୃତି ଆକୃତିର ରଙ୍ଗ ବେରଙ୍ଗି ପାଣି ଟାଙ୍କି ଦେଖିବାକୁ ମିଳିଥାଏ । 
ଆକବରଙ୍କୁ ପୁଜୁଥିବା ଗାଁ
ଏହି ଭଳି ଆଉ ଏକ ପୁରାତନ ଗାଁ ହେଉଛି ହିମାଚଳ ପ୍ରଦେଶର ମାଲାନା । ଏହି ଗାଁଟି ଅନ୍ୟ ଅଞ୍ଚଳଠାରୁ ଅଲଗା ରହିଥାଏ କାରଣ ଏହାକୁ ଚନ୍ଦ୍ରଖାନି ଓ ଦେଓ ଟିବ୍ୱା ଢାଙ୍କି ରଖିଛି । ଏହି ଗାଁର ଲୋକମାନେ ଆଲିକ୍ଜାଣ୍ଡାରଙ୍କ ବଂଶଧର ବୋଲି କୁହନ୍ତି । ଏହାସହ ଏହି ଗାଁଟି ଦୁଇସଦନ ସାଂସଦିୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ ।  ଏହାର ତଳ ସଦନକୁ କନିଷ୍ଠଙ୍ଗ ଓ ଉଚ୍ଚ ସଦନକୁ ଜୟଥଥାଙ୍ଗ କୁହାଯାଇଥାଏ । ଏହି ଗାଁରେ ଯେଉଁ ପର୍ଯ୍ୟନ୍ତ କାହାକୁ ସୁନିଶ୍ଚିତ କରି ଜରିମନା କୁହାଯାଇ ନାଥାଏ ସେ ପର୍ଯ୍ୟନ୍ତ ସେ ବ୍ୟକ୍ତ ଘରର କାନ୍ଥ ଛୁଇଁବା ପାଇର୍ ମନା ହୋଇଥାଏ । ଏଠାରେ ପ୍ରାୟ ୧୦୦୦ରୁ୨୭୦୦ ପର୍ଯ୍ୟନ୍ତ ଜରିମାନା ଆଦାୟ ହୋଇଥାଏ । ଭାରତର ଏହା ହେଉଛି ଏକମାତ୍ର ଗାଁ ଯେଉଁଠି ଆକବରଙ୍କୁ ଠାକୁର ଭାବେ ପୁଜା କରାଯାଏ । 
ଶ୍ୱତ ବିପ୍ଳବର ଗାଁ
ଗୁଜୁରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ  ଧୋକଡ଼ା ଗାଁ । ଏହି ଗାଁଟି ଶ୍ୱତ ବିପ୍ଳବ ପାଇଁ ବେଶ ପରିଚିତ । ଏହି ଗାଁଟି ଭାରତର ଏକମାତ୍ର ଗାଁ ଯେଉଁଠି ଦୁଗ୍ଧ ବା ସେଥିରୁ ତିଆରି ଜିନିଷ ବିକ୍ରି କରାଯାଏ ନାହିଁ , ଯେଉଁମାନଙ୍କର ଗାଈ, ମଇଁଷି ନଥାଏ ସେମାନଙ୍କୁ  ଦିଆଯାଇଥାଏ  । ଏହା ପଛରେ ଏକ ଅନ୍ଧବିଶ୍ୱାଷ ରହିଥିଲେ ମଧ୍ୟ ଏହା ଗାଁ ଭିତରେ ଉତ୍ତମ ସମନ୍ୱୟତା ରଖିପାରିଛି । କୁହାଯାଉଛି ଯେ ଏହି ଗାଁରେ ୫୦୦ ବର୍ଷ ତଳେ ପିର ସାଇଦନା ବାସ କରୁଥିଲେ ସେ ଗାଁ ଛାଡ଼ି ଯିବା ସମୟରେ ଗାଁର ଶାନ୍ତି ଓ ଖୁସି ସୁନିଶ୍ଚିତ କରିବା ପାଇଁ  କହିଯାଇଥିଲେ କ୍ଷୀର ନ ବିକିବା ପାଇଁ ,ସେବେଠାରୁ ସେହି ଗାଁରେ ଏହି ପରମ୍ପରା ଚାଲୁ ରହିଛି ।

ଯାଅାଁଳାଙ୍କ ଗାଁ
କୁହାଯାଏ ବିଶ୍ୱର ଏକା ଚେହେରାର ୭ଜଣ ବ୍ୟକ୍ତି ଥାନ୍ତି । ଏହା ଯଦି ସତ ହୋଇଥାଏ ଯଦି ଆପଣ କେରଳର କୋଦିନ ଗାଁକୁ ଯିବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଦେଖି ପାରିବେ । ଏହି ଗାଁରେ ପ୍ରତେକ ଘରେ ଯୋଡ଼ୁଆ ପିଲା ରହିଛନ୍ତି । ୧୦୦୦ରୁ  ୪୫ ଜଣ ଏହି ଗାଁରେ ଯାଆଁଳା ପିଲା ଜନ୍ମ ନେଇଥାନ୍ତି ।
୬୦ କୋଟି ପତିଙ୍କ ଗାଁ
ମହାରାଷ୍ଟର ମହମଦନଗରରେ ରହିଛି ହିବର ବଜାର ଗାଁ  । ଏହି ଗାଁ ବର୍ତ୍ତମାନ ଭାରତର କୋଟି ପତି ଗାଁ ଭାବେ ପରିଚିତ । ଏଠି ୬୦ ଜଣ କୋତିପତି ରହିଛନ୍ତି ସେମାନେ ପୁଣି କୃଷକ ଅଟନ୍ତି । ଏହି ଗାଁଟି ମରୁଡ଼ି ପ୍ରବଣ ଅଞ୍ଚଳ ଭାବେ ବେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ  ଏଠାକାର ଅନେକ କୃଷକ ମରୁଡ଼ି କାରଣରୁ ଆତ୍ମହତ୍ୟା ମଧ୍ୟ କରିଥିଲେ  । ହେଲେ ୧୯୯୦ ମସିହା ପରେ ଏହି ଗାଁ ଲୋକଙ୍କ ପରିଶ୍ରମଫଳରେ  ଗାଁର ଚେହେରା ବଦଳିବା ସହ ଗ୍ରାମବାସୀଙ୍କ ଭାଗ୍ୟ ବଦଳି ପାରିଛି  । ସେହିବର୍ଷ  ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ପୋପଟରାବ ପବାର ଗାଁରୁ ନିଶା ନିବାରଣ କରିବା ସହ ଲୋକଙ୍କୁ ଜଳ ସଂରକ୍ଷଣ ବିଷୟରେ ସୁଚନା ଦେଇଥିଲେ  । ଏହାସହ ପଶୁପାଳନ ଓ ଅନ୍ୟାନ ଚାଷ ପାଇଁ  ପ୍ରୋତ୍ସାହନ ଯୋଗାଇ ଦେଇଥିଲେ ଯାହା ଫଳରେ ଗାଁର ମୁଣ୍ଡ ପିଛା ଆଉ ବୃଦ୍ଧି ପାଇଛି । ୧୯୯୫ ମସିହାରେ ଏହି ଗାଁର ଜଣେ ବ୍ୟକ୍ତିର ମାସିକ ଆୟ ୮୫୦ଟଙ୍କା ରହିଥିବା ବେଳେ ୨୦୧୨ ମସିହାରେ ୩୦,୦୦୦ରୁ ଅଧିକ ରହିଥିଲା  । ଏହାସହ ଗାଁରେ ପାଣି ସମସ୍ୟା ବହୁତ କମ ଦେଖା ଯାଉଛି । 
କବାଟ ନଥିବା ଗାଁ
ଶୁଣିବାକୁ ମିଳେକି ଯେ ମହାରାଷ୍ଟ୍ରର ଅହମଦାନଗରର ଶନି ସିଙ୍ଗାପୁର ଗାଁ ୧୫୬ ବର୍ଷ ପୁରୁଣା । ପିଢି ପରେ ପିଢି ବଦଳିବା ସହ ଏହି ଗାଁରେ ଅନେକ କଥା ବଦଳି ଯାଇଛି  । ହେଲେ ଏହି ଗାଁର ଗୋଟିଏ କଥା ଏବେବି ସ୍ଥିର ରହିଛି  । ଏହି ଗାଁର କାହାରି ଘରେ କବାଟ ଲାଗିନାହିଁ ଆଜି ପର୍ଯ୍ୟନ୍ତ  । ଏପରିବି ସରକାରୀ ଅଫିସ୍ , ଗେଷ୍ଟ ହାଉସ, ପୋଲିସ୍ ଅଫିସ ପ୍ରଭୃତି ସ୍ଥାନରେ ମଧ୍ୟ କବାଟ ନାହିଁ । ଏହାସହ ଏହି ଗାଁରେ ଏବେ ପର୍ଯ୍ୟନ୍ତ ଚୋରୀ, ବଳକ୍ତାର, ଦାଦାବଟି ଭଳି ଅଭିଯୋଗ ଆସି ନାହିଁ ।
ଝିଅ ହେଲେ ମିଠା ବାଣ୍ଟୁ ଥିବା ଗାଁ
ମହାରାଷ୍ଟ୍ରରୁ ଭାରତର ଅଧିକାଂଶ ମହିଳା ଖେଳାଳି ବାହାରୁ ଥିବା ବେଳେ  ଏବେ ମଧ୍ୟ ମହିଳାଙ୍କ ପ୍ରତି ସେହି ରାଜ୍ୟରେ ଭେଦଭାବ ରହିଛି  । ହେଲେ ମହାରାଷ୍ଟରର ଚାପର ଗ୍ରାମରେ ଯଦି ଝିଅ ଜନ୍ମ ନିଏ ତେବେ ମିଠେଇ ବଣ୍ଟା ଯିବା ସହ ଉତ୍ସବ ପଳନ କରାଯାଇ ଖୁସିମନାଯାଇଥାଏ  । ଏହାସହ ଏହି ଗାଁରେ କୌଣସି ମହିଳା ଓଢଣି ପକାନ୍ତି ନାହିଁ ।
ସାପ ଯେଉଁଠି ଅତିଥି
ମହାରାଷ୍ଟର ସୋଲାପୁର ଜିଲ୍ଲାର ସିତପାଲ ହେଉଛି ଏକ ନିଆରା ଗାଁ ଯେଉଁଠି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅତିଥି ହେଉଛି ସବୁଠାରୁ ବିସଧର ସାପ ନାଗ । ବହୁ ବର୍ଷ ଧରି ପ୍ରତେକ ଘରେ ନାଗ ସାପକୁ ଅତିଥି ଭାବେ ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି  । ହେଲେ ସାପକୁ ନେଇ ଗାଁରେ କିଛି ଅଘଟଣ ଘଟିଥିବାର ନଜରକୁ ଆସି ନାହିଁ ।