ଓଡିଆନ୍ ନ୍ୟୁଜ

143

୯ ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା

Team Odian News |

୯ ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା

ଭୁବନେଶ୍ୱର,୧/୧୧(ଓଡ଼ିଆନ୍ ନ୍ୟୁଜ୍): ୯ ଜିଲ୍ଲାକୁ ମରୁଡି ଅଞ୍ଚଳ  ଘୋଷଣା କଲେ ରାଜ୍ୟ ସରକାର । ମରୁଡ଼ିରେ  ୯ଟି ଜିଲ୍ଲାର ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହି ୬୬ ବ୍ଲକର ୫୬୬୩ ଗାଁକୁ ସରକାର ମରୁଡି ଘୋଷଣା କରିଛନ୍ତି । ପ୍ରାୟ ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଜମିରେ ମରୁଡି ହୋଇଛି । ବରଗଡ, ଝାରସୁଗୁଡା, ନୂଆପଡା, କଳାହାଣ୍ଡି,ନବରଙ୍ଗପୁର,ସମ୍ବଲପୁର, ଦେଓଗଡ, ବଲାଙ୍ଗୀର ଓ ସୁନ୍ଦରଗଡରେ ମରୁଡି ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଏହି ଜିଲ୍ଲା ଗୁଡ଼ିକରେ କମ ବୃଷ୍ଟି ହୋଇଥିଲା । ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ୍ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏନେଇ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିପାରନ୍ତି  । .ତେବେ ଏଥିପାଇଁ ବ୍ଲକ ଅଧିକାରୀ,କୃଷି ଅଧିକାରୀ ତୃଣମୂଳ ସ୍ଥରକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ । ରିପୋର୍ଟ  ତାଳମେଳ କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଦେଲାପରେ ସରକାର ୯ ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି ।