ଓଡିଆନ୍ ନ୍ୟୁଜ

154

ବାଲିପାଟଣା ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ :ଦୁଃଖ ପ୍ରକାଶ କଲେ ଅର୍ଥମନ୍ତ୍ରୀ

Team Odian News |

 ବାଲିପାଟଣା ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ :ଦୁଃଖ ପ୍ରକାଶ କଲେ ଅର୍ଥମନ୍ତ୍ରୀ


ଭୁବନେଶ୍ୱର,୨/୧୧(ଓଡିଆନ ନ୍ୟୁଜ): ବାଲିପାଟଣା ନୂଆସାହିରେ ବାଣ ବିସ୍ଫୋରଣ ଘଟଣା; ନିଖୋଜ ଜ୍ଞାନେନ୍ଦ୍ର ମିଶ୍ରଙ୍କର କାଲିଠାରୁ ପତ୍ତା ମିଳୁନି। ଜ୍ଞାନେନ୍ଦ୍ରଙ୍କ ଦେହାବଶେଷ ବି ଠାବ କରିପାରୁନି ପୁଲିସ୍, କାଲି ଘଟଣା ଘଟିବା ପରେ  କେବଳ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଖଣ୍ଡ ବିଖଣ୍ଡିତ ଶବ ମିଳିଥିଲା। ଏହା ସହ ବାଲିପାଟଣାରେ ଘଟିଥିବା ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ  ଘଟଣାରେ ଦୁଃଖ ପ୍ରକାଶ କଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ସମ୍ପୃକ୍ତ ଅଞ୍ଚଳରେ ବାଣ ପ୍ରସ୍ତୁତି ନେଇ ପୋଲିସ ଚଢ଼ାଉ ଜାରି ରହିଛି, ବାଣ ଛାଡ଼ି ବିକଳ୍ପ ବ୍ୟବସାୟ କଲେ ସହାୟତା ଯୋଗାଇ ଦିଆଯିବ ବୋଲି  ଶ୍ରୀ ବେହେରା । ଅନ୍ୟ ପକ୍ଷରେ  ମୃତ ମହିଳାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ମୃତ କି ଜୀବିତ ସେନେଇ ପ୍ରଶ୍ନ ଉଠିଛି । ପୋଲିସର ତଦନ୍ତ ସମୟରେ ସେପରି କୌଣସି ଅଂଶ ମିଳିନାହିଁ , ଯାହାକି ଜ୍ଞାନେନ୍ଦ୍ର ମୃତ ବୋଲି ପ୍ରମାଣିତ କରିବ । ହୁଏତ ସେ ବଂଚିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ ବଢୁଛି । ଏନେଇ ପୋଲିସକୁ ମଧ୍ୟ କୌଣସି ଖୋଜଖବର ମିଳୁନିା