ଓଡିଆନ୍ ନ୍ୟୁଜ

123

ଭଂସାଲୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ-ଶାହାରୁଖ

Team Odian News |

ଭଂସାଲୀଙ୍କ ଫିଲ୍ମରେ  ଅଭିନୟ କରିବେ ସଲମାନ-ଶାହାରୁଖ


(ଓଡିଆନ ନ୍ୟୁଜ)ବଲିଉଡ଼ ସୁପର ଷ୍ଟାର ସଳମାନ ଖାନ ଓ ଶାହାରୁଖ ଖାନ ଯୋଡ଼ି ଏକାଠି ଅଭିନୟ କରିବା ସହ ଅନେକ ସୁପର ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ‘କରନ ଅର୍ଜୁନ’, ‘କୁଛୁକୁଛୁ ହୋତାହେ’ ‘ଦୁସମନ ଦୁନିଆକା’ ‘ହମ ତୁହ୍ମାରି ହେ ସନମ୍’  ପ୍ରଭୃତି  । ହେଲେ କିଛି ବ୍ୟକ୍ତଗତ ବିବାଦ କାରଣରୁ ବହୁବର୍ଷ  ହେବ ଏହି ଯୋଡ଼ିଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିନଥିଲା । ହେଲେ ଏବେ ଶାହାରୁଖ ଓ ସଲମାନଙ୍କୁ ଏକାସାଙ୍ଗରେ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ଇଚ୍ଛା ପୁରଣ ହେବାକୁ ଯାଉଛି । ସୂତ୍ରରୂ ପ୍ରକାଶ ଯେ ଏହି ଦୁଇ ଷ୍ଟାର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମରେ ଏକାଠି ଅଭିନୟ କରିବେ । ଫିଲ୍ମଟି ଦୁଇ ବନ୍ଧୁଙ୍କ ଉପରେ ଆଧାରିତ । ପ୍ରଥମେ ଦୁଇ ବନ୍ଧୁ ପରେ ସବୁଠୁ ବଡ଼ ଶତୃ ପାଲଟି ଥିବାର କାହାଣୀ ରହିଛି ।  ଏହି ଦୁଇ ବନ୍ଧୁଭୂମିକାରେ  ସଲମାନ ଓ ଶାହାରୁଖୁ ଅଭିନୟ କରିବେ । ଫିଲ୍ମର କାହାଣୀ ରାଜକୁମାର ଓ ଦିଲ୍ଲିପ କୁମାରଙ୍କ ଫିଲ୍ମ ‘ସୌଦାଗର’ ସହ ସାମଞ୍ଜସ୍ୟ ରହୁଛି ବୋଲି ସୂତରୁ ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଫିଲ୍ମ ପାଇଁ  ଭଂସାଲୀ ଡ୍ରାଫ୍ଟ ତିଆରି କରୁଥିବା ବେଳେ ଏ ନେଇ କୌଣସି କଳାକାର ସହ ଆଲୋଚନା କରି ନାହାଁନ୍ତି ବୋଲି ଜଣା ପଡ଼ିଛି । ଡ୍ରାଫ୍ଟ ତିଆରି ଶେଷ ହେବା ପରେ ସେ ଚଳଚ୍ଚିତ୍ର ପାଇଁ କଳାକାରଙ୍କ ସହ ଆଲୋଚନା କରିବେ ।