ଓଡିଆନ୍ ନ୍ୟୁଜ

132

ଜମୁଛି ମୃତ୍ତିକା ମେଳା

Team Odian News |

 ଜମୁଛି ମୃତ୍ତିକା ମେଳା 

ଭୁବନେଶ୍ୱର,୩ /୧୧(ଓଡିଆନ ନ୍ୟୁଜ) : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଛି ବାର୍ଷିକ ହସ୍ତଶିଳ୍ପ ମୃତ୍ତିକା ପ୍ରଦର୍ଶନୀ ୨୦୧୮ ।  ଚଳିତ ବର୍ଷ ଏହି ମେଳାରେ ୯୦ଟି  ୧୮୦ ଜଣ କାରିଗର ନିଜ ହାତ ତିଆରି ବିଭିନ୍ନ ସାମଗ୍ରୀ  ବିକ୍ରି କରୁଛନ୍ତି । ମାଟି ଦୀପ, ମହିଳାଙ୍କ ଗହଣା, ଫୁଲଦାନି, ଝୁମର, କଣ୍ଢେଇ, ହାତି,ଘୋଡ଼ା, ମୁଖା, କପ, ଚୁଲି, ହାଣ୍ଡି, କଡ଼େଇ ପ୍ରଭୃତି ଜିନିଷ ମିଳୁଛି ଏଠାରେ । କଳାକାରଙ୍କ କଳାକୃତ୍ତି ଦର୍ଶକ ଓ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରୁଛି । ୫ତାରଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୫ ଲକ୍ଷରୁ ଅଧିକ ଟଙ୍କା କରାବାର ହେବ ବୋଲି ଆଶା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଶୁଭ ଶର୍ମା ଉଦ୍ଘାଟନ କରିଥିଲେ । ଏହି ବର୍ଷର ବିଶେଷ ଆକର୍ଷଣ ରହିଛି ରଥ ଚକରେ ଜଗନ୍ନାଥଙ୍କ ୩୨ ପ୍ରକାର ବେଶର କଳାକୃତ୍ତି ଏହାକୁ ତିଆରି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସରୋଜ କୁମାର ରାଉତ ।