ଓଡିଆନ୍ ନ୍ୟୁଜ

200

‘ଭୁବନେଶ୍ୱର ମି ୱାଇଫାଇ’ ସେବା ଆରମ୍ଭ,

Team Odian News |

‘ଭୁବନେଶ୍ୱର ମି ୱାଇଫାଇ’ ସେବା ଆରମ୍ଭ, ଭୁବନେଶ୍ୱର,୫/୧୧(ଓଡ଼ିଆନ୍ ନ୍ୟୁଜ୍): ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ (ବିଏସସିଏଲ୍) ଦ୍ୱାରା ପ୍ରବର୍ତ୍ତିତ ‘ଭୁବନେଶ୍ୱର ମି ୱାଇଫାଇ’ ନାମରେ ଏକ ଅଭିନବ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପ୍ରଥମ ଦିନରୁ ହିଁ ୧୦୦ ହଟସ୍ପଟ ଓ ୨୭୫ ଆକ୍ସେସ୍ ପଏଣ୍ଟ କାର୍ଯ୍ୟ କରିବା ଆରମ୍ଭ କରିଛି । କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁ ଭବନରୁ ବାଣୀବିହାର ତଥା ନାଲକୋ ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ବିସ୍ତୁତ ରାସ୍ତା ସମୂହର ପ୍ରମୁଖ ସ୍ଥାନମାନଙ୍କରେ ଏହି ହଟସ୍ପଟ ମାନ ଉପଲବ୍ଧ ହେବ । ପ୍ରତ୍ୟେକ ହଟସ୍ପଟ ଏକା ସାଙ୍ଗରେ ୧୫୦ ଜଣ ବ୍ୟବହାରକାରୀଙ୍କୁ ସେବା ଦେବା ପାଇଁ ସକ୍ଷମ ହୋଇଥିବା ସ୍ଥଳେ ୨ ଏମ୍.ବି.ପି.ଏସ୍ (ମେଗା ବାଇଟ ପର ସେକଣ୍ଡ) ଇଣ୍ଟରନେଟ ସ୍ପିଡ଼ର ସୁବିଧା ନାଗରିକମାନେ ପାଇପାରିବେ । ଏହି ସେବା ଉପଯୋଗ କରୁଥିବା ଯେ କୌଣସି ନାଗରିକ ୨୫୦ ଏମ.ବି.ପି.ଏସ୍ ପର୍ଯ୍ୟନ୍ତ ଡାଟା ମାଗଣାରେ ପାଇ ପାରିବେ ।