ଓଡିଆନ୍ ନ୍ୟୁଜ

201

ହଂସପାଳରେ ଚାଷୀଙ୍କ ରାସ୍ତା ଅବରୋଧ:ହଜାରରୁ ଅଧିକ ଚାଷୀଙ୍କୁ ଗିରଫ

Team Odian News |

ହଂସପାଳରେ ଚାଷୀଙ୍କ ରାସ୍ତା ଅବରୋଧ:ହଜାରରୁ ଅଧିକ ଚାଷୀଙ୍କୁ ଗିରଫ ଭୁବନେଶ୍ୱର,୫/୧୧(ଓଡ଼ିଆନ୍ ନ୍ୟୁଜ୍): ହଂସପାଳରେ ରାସ୍ତା ଅବରୋଧ ହଟିଲା। ଏକ ହଜାରରୁ ଅଧିକ ଚାଷୀଙ୍କୁ ଗିରଫ କଲା ପୋଲିସ, ପୋଲିସ କମିସନର ସତ୍ୟଜିତ ମହାନ୍ତି ଏହି ସୂଚନା ଦେଇଛନ୍ତି। ପ୍ରାଇସ‌, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ NH-16 ଅବରୋଧ କରିଥିଲେ ଚାଷୀ। ଅନ୍ୟ ପକ୍ଷରେ ଚାଷୀଙ୍କ ଦାବି ନେଇ ଗଠନ ହେଲା ଅନ୍ତଃମନ୍ତ୍ରିସ୍ତରୀୟ କମିଟି, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠିତ ହୋଇଛି। ଏହି କମିଟିର ସଦସ୍ୟ ଅଛନ୍ତି ଅର୍ଥମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷିମନ୍ତ୍ରୀ, ଖୁବ୍‌ଶୀଘ୍ର କମିଟି ଟର୍ମ ଅଫ୍ ରେଫରେନ୍ସ ଘୋଷଣା କରିଵାର ସୂଚନା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦେଇଛି। ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ପ୍ରସଙ୍ଗରେ।