ଓଡିଆନ୍ ନ୍ୟୁଜ

178

ମାର୍ଚ୍ଚ ପୂର୍ବରୁ ଆସିବ ବିଏସଏନଏଲ ୫ଜି

Team Odian News |

ମାର୍ଚ୍ଚ ପୂର୍ବରୁ ଆସିବ ବିଏସଏନଏଲ ୫ଜି
ନୂଆଦିଲ୍ଲୀ,୨୮ା୯(ଓଡିଆନ୍ ନ୍ୟୁଜ୍):ଭାରତର ଜଣାଶୁଣା ଦୂରସଂଚାର କମ୍ପାନୀ  ବିଏସଏନଏଲ ନିଜର ଉପଭୁକ୍ତାଙ୍କୁ ସବୁବେଳେ  ଉନ୍ନତ ଓ ନୂତନ ସେବା ଯୋଗାଇବା ପାଇଁ ଚେଷ୍ଟାକରୁଥିବା ବେଳେ ଏବେ ଏହି କ୍ଷେତ୍ରରେ ଆଉ ଗୋଟିଏ ପାଦେ ଆଗେଇଛି ।  ଆମେରିକା ଟେକ୍ନୋ କମ୍ପାନୀ ସହିତ ବିଏସଏନଏଲ ଏହି ନିକଟରେ ଏକ ଚୁକ୍ତି ସ୍ୱାକ୍ଷର କରିଛି । ବିଏସଏନଏଲ ପକ୍ଷରୁ କୁହାଯାଇଛି ଯେ ଚଳିତ ଆର୍ଥକ ବର୍ଷ ଅର୍ଥାତ ୨୦୧୮ ମାର୍ଚ୍ଚ ମାସ ମଧ୍ୟରେ ଗ୍ରାହକମାନଙ୍କୁ ୫ଜି ଯୋଗାଇ ଦେବା ପାଇଁ ଫିଲ୍ଡ ଟ୍ରାୟଲ ଲଞ୍ଚକରିବ । ଏହି ଚୁକ୍ତିର ଲକ୍ଷ୍ୟ କମ୍ପାନୀର ନେଟୱାର୍କ ଭିତିଭୂମି ଓ ସେବା ବୃଦ୍ଧି କରିବା ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଏହାସହ ବିଏସଏନଏଲର ଚେୟାରମ୍ୟାନ କହିଛନ୍ତି ଯେ ଆମେ ୫ଜିର ଫିଲ୍ଡି ଟ୍ରାଲ ପାଇଁ ରହିଥିବା ଆବଶ୍ୟକତାକୁ ବିଷୟବସ୍ତୁ ଉପରେ  ନୋକିଆସହ କଥାବାର୍ତ୍ତା କରିସାରିଛୁ  । ଫେବୁଆରୀ ଶେଷ ହେବା ପୂର୍ବରୁ ଏହାକରିବାକୁଚ ଆମେ ଯୋଜନା ରଖିଛୁ  । ଏହାସହ ଏଲ ଆଣ୍ଡଟି ଓ ଏଚ୍ପି ସହିତ ମଧ୍ୟ କଥାବାର୍ତ୍ତା ହୋଇଥିବାର ସେ କହିଛନ୍ତି । ବିଏସଏନଏଲ ତାର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆପଣାଉ ଥିବା ଥିବା ବିଭିନ୍ନ କାର୍ଯ୍ୟ ପନ୍ଥା ଓ ସୁବିଧାସୁଯୋଗ ପାଇଁ ସେ  ସବୁଠାରୁ  ବଡ ଅପ୍ଟିକାଲ ଫାଇବର ନେଟୱର୍କଭାବେ ପରିଗଣିତ ହୋଇପାରିଥିବାର ଏକ ତଥ୍ୟରୁ ଜଣା ପଡ଼ିଛି । ଯାହାକି ବର୍ତ୍ତମାନ ୭ଲକ୍ଷ୍ୟ କିଲୋମିଟର ବିସ୍ତାର କରିପାରିଛି । ଅଧିକାଂଶ ସ୍ମାର୍ଟଫୋନ ୪ଜି ଓ ୩ଜି ନେଟୱାର୍କ  ଦ୍ୱାରା ପରିଚାଳିତ ହେଉଥିବା ବେଳେ ୫ଜି ଟେଲିକମ୍ ସେକ୍ଟରରେ ସଫଳତା ହାସଲ କରିପାରିବ ବୋଲି କୁହାଯାଉଛି । ୫ଜିର ଡ଼ାଉନଲୋଡ଼ ସ୍ପିଡ଼୍୧୦,୦୦୦ ଏମ୍ବିପିଏସ୍ ରହିଥିବା ବେଳେ ଏହି ସେବା ବିଏସଏନଏଲ ଏନେବୁଲ ରହିଥିଲେ ମଧ୍ୟ ଇଣ୍ଟରନେଟ ସୁବିଧା ଯୋଗାଇ ପାରିବ ।