ଓଡିଆନ୍ ନ୍ୟୁଜ

178

ସଫଳ ଅରିହନ୍ତ, ଶତ୍ରୁଙ୍କ ଦେଶର ରକ୍ଷା କବଚ

Team Odian News |

‘ଅରିହନ୍ତ’ ସଫଳ ନୂଆଦିଲ୍ଲୀ,୫/୧୧(ଓଡ଼ିଆନ୍ ନ୍ୟୁଜ୍):ଭାରତର ପରମାଣୁ ତ୍ରିଭୁଜ ସ୍ଥାପନରେ INS ‘ଅରିହନ୍ତ’ ସଫଳ। ପରମାଣୁ କ୍ଷେପଣାସ୍ତ୍ର ସକ୍ଷମ ବୁଡ଼ାଜାହାଜ ହେଉଛି ‘ଅରିହନ୍ତ’। ଏଣିକି ବୁଡ଼ାଜାହାଜରୁ ଉତ୍‌କ୍ଷେପଣ ହୋଇପାରିବ କ୍ଷେପଣାସ୍ତ୍ର। INS ‘ଅରିହନ୍ତ’ର ସଫଳତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିଜ ଅଭିଭାଷଣରେ କହିଛନ୍ତି ‘ଅରିହନ୍ତ’ର ନାମ ଯେମିତି, କାମ ସେମିତି, ଏହା ଭାରତର ଶତ୍ରୁମାନଙ୍କ ପାଇଁ ଏକ ଖୋଲା ଆହ୍ୱାନ। ୧୩୦ କୋଟି ଲୋକଙ୍କ ପାଇଁ ଏହା ରକ୍ଷାର ଗ୍ୟାରେଣ୍ଟି ସଦୃଶ।