ଓଡିଆନ୍ ନ୍ୟୁଜ

201

ଆଜିବି ଧରା ଦେଲାନି ସୁନ୍ଦରୀ

Team Odian News |

ଆଜିବି ଧରା ଦେଲାନି ସୁନ୍ଦରୀ ଅନୁଗୁଳ,୫/୧୧(ଓଡ଼ିଆନ୍ ନ୍ୟୁଜ୍): ୩ଟି ଟ୍ରାଙ୍କୁଲାଇଜ ଟିମ୍ ସହ ଦ୍ବିତୀୟ ଦିନରେ ଅପରେସନ ‘ସୁନ୍ଦରୀ’ ଆରମ୍ଭ ହେଇଥିଲେ ମଧ୍ୟ ବିଫଳତା ମିଳିଛି। ସାତକୋଶିଆର ଟିକରପଡ଼ା ଅଞ୍ଚଳରେ ସୁନ୍ଦରି ବୁଲୁଥିବାର ସକାଳେ ଜଣା ପଡ଼ିଥିଲା। ଏହା ସହ ସମତଳ ଅଞ୍ଚଳ ଓ ନଦୀପଠା ଥିବାରୁ ଟ୍ରାଙ୍କୁଲାଇଜ କରିବାକୁ ସୁବିଧା ହେବ ବୋଲି କୁହା ଯାଉଥିଲା। ହେଲେ ଗତକାଲି ଭଳି ଆଜିବି ଖସିଯାଇଛି ସୁନ୍ଦରୀ। ଆଜି ବି ପଞ୍ଝାରେ ପଡ଼ିଲାନି ସୁନ୍ଦରୀ, ଟ୍ରାଙ୍କୁଲାଇଜ୍ ଟିମ୍‌ ସହ ୪ ଥର ମୁହାଁମୁହିଁ ହୋଇଥିଲା, ୨ ଥର ଟ୍ରାଙ୍କୁଲାଇଜ୍ ଉଦ୍ୟମ ହୋଇଥିଲେ ବି ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା। ସାତକୋଶିଆ ଟିକରପଡ଼ା ଅଞ୍ଚଳରେ ସୁନ୍ଦରୀ ବୁଲୁଥିବା ବେଳେ ବନ ବିଭାଗ ନଜର ରଖିଛି।