ଓଡିଆନ୍ ନ୍ୟୁଜ

155

୫ ମାଓବାଦୀଙ୍କୁ ଏନ୍‌କାଉଣ୍ଟର

Team Odian News |

୫ ମାଓବାଦୀଙ୍କୁ ଏନ୍‌କାଉଣ୍ଟର ମାଲକାନଗିରି,୫/୧୧(ଓଡ଼ିଆନ୍ ନ୍ୟୁଜ୍): ବେଜିଙ୍ଗୱାଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାର DGP ସୂଚନା ଦେଇଥିବା ବେଳେ ଏହି ଏନ୍‌କାଉଣ୍ଟର ଆନ୍ଧ୍ର ପ୍ରଦେଶର ସୀମାଠାରୁ ଦେଢ଼ କିମି ଦୂରରେ ହୋଇଥିବାର ସେ କହିଥିଲେ। ମୃତ ମାଓବାଦୀମାନେ କାଲିମେଳା କ୍ୟାଡରର ୫ ମୃତକଙ୍କ ମଧ୍ୟରୁ ୨ ଜନ ମହିଳା ମାଓବାଦୀ ଅଟନ୍ତି। ପୋଲିସର ଏନ୍‌କାଉଣ୍ଟରରେ ମୃତ ଏହି ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି ଜଣେ କାଲିମେଳା ରଜୁଲକୋଣ୍ଡାର ଉଙ୍ଗା ସୋଢି ଓରଫ କୀର୍ତ୍ତି, ରଜୁଲକୋଣ୍ଡା ଗାଁର ମାସେ ମାଢ଼ି ଓରଫ ସୁନ୍ନି ଓ ସୀମା କେଣ୍ଡ୍ରୁକା ଓରଫ ସୁଶୀଳା। ଓଡ଼ିଶା ପୋଲିସ ପାଇଁ ଏହା ବଡ଼ ସଫଳତା ।