ଓଡିଆନ୍ ନ୍ୟୁଜ

172

ଶେଷରେ ଫାନ୍ଦରେ ପଡ଼ିଲା ‘ସୁନ୍ଦରୀ’

Team Odian News |

ଶେଷରେ ଫାନ୍ଦରେ ପଡ଼ିଲା ‘ସୁନ୍ଦରୀ’ ଅନୁଗୋଳ,୬/୧୧(ଓଡ଼ିଆନ୍ ନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ‘ସୁନ୍ଦରୀ’ କୁ ଆଜି ଟ୍ରାଙ୍କୁଲାଇଜ କରାଯାଇଛି । ଏଥି ପାଇଁ ଚନ୍ଦକା ହାତୀ ଯଶୋଦା ସହାୟତା ମଧ୍ୟ ନେଇଥିଲା ବନ ବିଭାଗ । ଦୁଇ ସପ୍ତାହ ଧରି ବନବିଭାଗକୁ ନାକେଦମ କରିବା ପରେ ଶେଷରେ ସୁନ୍ଦରୀ ବନ ବିଭାଗ ହାବୁଡ଼ରେ ପଡିଛି । ସୁନ୍ଦରୀକୁ ଟ୍ରଙ୍କୁଲାଇଜ କରିବା ପରେ ତାକୁ ରାଇଘରକୁ ନିଆଯାଉଛି । ପରେ ତାକୁ ନନ୍ଦନକାନନ ଅଣାଯିବ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ ପ୍ରସଙ୍ଗରେ PCCFଙ୍କ ସୂଚନା ଦେଇ କହିଛନ୍ତି ଟ୍ରାଙ୍କୁଲାଇଜ୍‌ ପରେ ଏବେ ସୁନ୍ଦରୀ ଅବସ୍ଥା ସ୍ୱାଭାବିକ ହେଉଛି। ଆଜି ସକାଳ ୧୦:୪୫ରେ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଟ୍ରାଙ୍କୁଲାଇଜ୍‌ ପାଇଁ ୨ଟି ଟିମ୍‌ରେ ଥିଲେ ୮ ଓଡ଼ିଆ ନିଶ୍ଚେତକ ବିଶେଷଜ୍ଞ। ହାତୀ ପିଠିରୁ ନୁହେଁ ଭ୍ୟାନ୍‌ରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଗଲା।