ଓଡିଆନ୍ ନ୍ୟୁଜ

125

ଆରମ୍ଭ ହେଲା ‘ମୋ ବସ’ ସେବା

Team Odian News |

ଆରମ୍ଭ ହେଲା ‘ମୋ ବସ’ ସେବା ଭୁବନେଶ୍ୱର,୬/୧୧(ଓଡ଼ିଆନ୍ ନ୍ୟୁଜ୍): କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଆରମ୍ଭ ହୋଇଛି ‘ମୋ ବସ’ ସେବା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ସୁରକ୍ଷକର୍ମୀ ବିନା ଏହି ବସରେ ଏୟାରପୋର୍ଟ ନିକଟରୁ ବିଧାନସଭା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ସଂସ୍ଥା ଦ୍ୱାରା ଏହି ସେବା ପରିଚାଳିତ କରାଉଛି । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ ର ସେବା ଆରମ୍ଭ କରାଯାଇଛି । ଏହି ସେବାରେ ସର୍ବମୋଟ ୩୦୦ଟି ବସ ଚଳାଚଳ ର କାର୍ଯ୍ୟକ୍ରମ ରହିଛି । ବସ ଗୁଡିକ କଟକ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଚଳାଚଳ କରିବ । ସେହିପରି ଯୁବ ପିଢୀକୁ ଆକୃଷ୍ଟ କରିବା ପାଇଁ ଏହି ବସ ରେ ୱାଇଫାଇ ସେବା ସହ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯିବ ସହ ଜରୁରୀ ସୂଚନା ପାଇଁ ମୋବାଇଲ୍ ଆପ୍ର ବ୍ୟବସ୍ଥା କରାଯାଇଛି ।