ଓଡିଆନ୍ ନ୍ୟୁଜ

130

୧୧ ରେ ମେକ୍ ଇନ୍ କନକଲେଭ୍

Team Odian News |

୧୧ ରେ ମେକ୍ ଇନ୍ କନକଲେଭ୍ ଭୁବନେଶ୍ୱର,୬/୧୧(ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟରେ ହେବାକୁ ଥିବା ମେକ୍ ଇନ୍ କନକଲେଭ୍ ବିଷୟରେ ଶିଳ୍ପମନ୍ତ୍ରୀଙ୍କ ସୂଚନା, ୧୧ ତାରିଖରେ ହେବ ସ୍ୱାଗତ ସମାରୋହ, ସକାଳ ୬ଟାରୁ କୋଣାର୍କରୁ ହେବ କୋଷ୍ଟାଲ ଫନ୍‌ ରନ୍‌, ସାଢ଼େ ୬ଟାରେ ଖଣ୍ଡଗିରି ଓ ଉଦୟଗିରିରେ ହେବ ଐତିହ ପଦଯାତ୍ରା, ସକାଳ ୯ଟାରେ ଗଲ୍ଫ କ୍ଲବରେ ହେବ ଗଲ୍ଫ ଟୁର୍ଣ୍ଣାମେଣ୍ଟ, ସଂଧ୍ୟା ୬ଟାରେ ମେକ୍‌ ଇନ୍‌ ଓଡ଼ିଶା ଏକ୍ସପୋକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଉଦ୍‌ଘାଟନୀ ଦିବସରେ ୨୮ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବେ, ବିଦେଶରୁ ୫୦ଟି କମ୍ପାନି ଆସିବାର ଆଶା କରା ଯାଇଛି, ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି , ୧୨ ତାରିଖରେ ପ୍ଲେନାରି ସେସନ ଉଦ୍‌ଘାଟନ ହେବ, ଯୋଗ ଦେବେ ଦେଶର ୨୫ ଜଣ ବିଶିଷ୍ଟ ଶିଳ୍ପପତି, ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବେ ମୁକେଶ ଅମ୍ବାନି, ଗୌତମ ଆଦାନି ଓ ଆନନ୍ଦ ମହିନ୍ଦ୍ରା, ୧୨ଟା ୩୦ରୁ ୨ଟା ଯାଏ ହେବ ବିଜ୍‌ନେସ୍‌ ଲିଡରସିପ୍‌ ସମିଟ୍‌।