ଓଡିଆନ୍ ନ୍ୟୁଜ

148

ଦୀପାବଳୀରେ ଆକର୍ଷଣୀୟ ଆଲୋକ ସଜା

Team Odian News |

ଦୀପାବଳୀରେ  ଆକର୍ଷଣୀୟ ଆଲୋକ ସଜା 


(ଓଡ଼ିଆନ୍ ନ୍ୟୁଜ୍):ରାତି ପହିଲେ ଦୀପାବଳୀ, ଏଥି ପାଇଁ ସମସ୍ତଙ୍କ ମନରେ କାହିଁ କେତେ ଉତ୍ସାହ । ଗାଁଠୁ ସହର ସବୁଠି କିଣାକିଣି ଘର ସାଜସଜ୍ଜି ପ୍ରସ୍ତୁତି ଯୋରଦାର ଚାଲିଛି  । ଆଲୋକର ପର୍ବ ଦୀପାବଳୀକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଯେପରି ପ୍ରତିଯୋଗିତା ଲାଗିଛି କହିଲେ ଭୂଲ ହେବ ନାହିଁ। ହେଲେ ଯଦି ଆପଣଙ୍କ ପାଖରେ ସମୟ କମ୍ ଅଛି ବା ଟିକେ ନିଆରା ଢଙ୍ଗରେ ଘରେ ଆଲୋକ ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି କିଛିଟି ଉପାୟ।


-ଗୋଟିଏ କାଚ ଗ୍ଲାସ ନିଅନ୍ତୁ ଓ ସେଥିରେ  ବିଭିନ୍ନ ଆକୃତିର ସାମୁକା ସଜ୍ଜାଇ ରଖନ୍ତୁ । ପରେ ଗ୍ଲାସର ଅଧା ପର୍ଯ୍ୟନ୍ତ ପାଣି ଦେଇ ଷ୍ଟିଲ ପ୍ଲେଟେଡ୍ ମହମବତୀକୁ ସେଥିରେ ଭସାଇ ଜଳାନ୍ତୁୁ । ଆପଣ ଗ୍ଲସ ଭଳି ଏକ ସ୍ୱଚ୍ଛ କାଚ ପାତ୍ରରେ ମଧ୍ୟ ଏହି ଉପାୟରେ  ଅନେକ ଗୁଡ଼ିଏ ମହମବତୀ ସଜେଇ ପାରିବେ ।
-ସେହିଭଳି ରଙ୍ଗିନ ବାଲି ଓ ମହମବତିରେ ମଧ୍ୟ ଅପାଣ ଆକର୍ଷଣୀୟ ଭାବେ  ଆଲୋକ ସଜାଇ ପାରିବେ । ଗୋଟିଏ କାଚ ଗ୍ଲାସ ନିଅନ୍ତୁ ସେଥିରେ ବିଭିନ୍ନ ରଙ୍ଗର ବାଲି ସ୍ତରସ୍ତର କରି ରଖିବା ପରେ ତାରି ଉପରେ ଗୋଟିଏ ବା ବିଭିନ୍ନ ଆକୃତିର ମହମବତୀ ରଖି ଲଗାନ୍ତୁ  ।
-  ଘରେ ଥିବା ଅଦରକାରି କାଚ ବୋତଲକୁ ମଧ୍ୟ ଆପଣ ଦୀପାବଳୀର ସାଜ୍ଜସଜାରେ ବ୍ୟବହାର କରିପାରିବେ । କାଚବୋତଲକୁ ଭଲଭାବରେ ସଫା କରି ସେଥିରେ ଅର୍ଦ୍ଧ ତରଳ ଅଠା ରଖି ତାହାର ଭିତ୍ତର ପାଶ୍ୱର୍ରେ ଭଲ ଭାବରେ ଖେଳାଇ ଦିଅନ୍ତୁ,  ବଳକା ରହିଥିବା ଅଠାକୁ ବାହର କରି ଜିଙ୍କ୍ ଗୁଣ୍ଡ ଢାଳି ବୋତଲ ସାରା ଖେଳାଇ କିଛି ସମୟ ଶୁଖିବାକୁ ଛାଡ଼ି ଦିଅନ୍ତୁ  । ଶୁଖିଲା ପରେ ବଜାରରେ ମିଳୁଥିବା କିଛି ଏଲଡ଼୍ ଲାଇଟି ତା ଭିତରେ ରଖି ଜଳାନ୍ତୁ ଏହା ଦୀପାବଳୀରେ ଘରକୁ ଆଲୋକିତ କରିବା ସହ ଟେବୁଲ ଲ୍ୟାମ୍ଫଭଳି କାମଦେଇଥାଏ ମଧ୍ୟ ।
- କିଛି କାଚ ଗ୍ଲାସ ବା ଖୋଲା ମୁହଁ ବୋତଲରେ ନିଜ ବଗିଚାରେ ଥିବା ବା ବଜାରରୁ କିଣି ଶୋ ଗଛ ପାଖୁଡ଼ା ବା ଫୁଲ ସେଥିରେ ରଖନ୍ତୁ । ଏହାପରେ ସେହି କାଚ ପାତ୍ରଗୁଡ଼ିକରେ ପାଣି ରଖି ଷ୍ଟିଲ ମହମବତୀ ଭସାଇ ଦିଅନ୍ତୁ ବେଶ ଆକର୍ଷଣୀୟ ଦିଶିବ । 
-ରଙ୍ଗିନ ପଥର ସାହାଯ୍ୟରେ ମଧ୍ୟ ଆପଣ କ୍ୟାଣ୍ଡେଲ ସଜାଇ ପାରିବେ । କାଚ ଗ୍ଲାସ ବା ପାତ୍ରରେ କିଛି ରଙ୍ଗିନ ପଥର ରଖନ୍ତୁ ପରେ ବଡ଼ ମହମବତୀକୁ ଛୋଟ ବଡ଼ ଆକୃତିରେ କାଟି  ସେଇ ପଥର ମଧ୍ୟରେ ସଜାଡ଼ି ରଖି ଲଗାନ୍ତୁ ବେଶ ସୁନ୍ଦର ଦିଶିବ । ସେହିଭଳି ଏକ ପାତ୍ରରେ କିଛି ବାଲି ଦେଇ ତାହରି ଉପରେ ସାମୁକା ଓ ରଙ୍ଗିନ ପଥର ରଖି ମହମବତୀ, ଲାଇଟି ସଜାଇ ପାରିବେ । ନଚେତ କାଚ ପାତ୍ରରେ ପାଣି ଓ ରଙ୍ଗିନ ପଥର ସହ କୃତିମ ଫୁଲ ଦେଇ ମହମବତୀ ସଜାଇ ପାରିବେ । ଏହି ସବୁ ଉପାୟରେ କମ୍ ସମୟ ମଧ୍ୟରେ ଭଲ ଘର ସାଜସଜ୍ଜା ହୋଇ ପାରିବ