ଓଡିଆନ୍ ନ୍ୟୁଜ

154

‘ସରକାରୀ କାର୍ଯ୍ୟକୁ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ’- ଜିଲାପାଳ ଦାଶରଥୀ ଶତପଥୀ

Team Odian News |

‘ସରକାରୀ କାର୍ଯ୍ୟକୁ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ’- ଜିଲାପାଳ ଦାଶରଥୀ ଶତପଥୀ
ରାଜକନିକା,୮ା୧୧(ଓଡ଼ିଆନ୍ ନ୍ୟୁଜ୍)-କେନ୍ଦ୍ରାପଡ଼ା ଜିଲାକୁ ଓଡ଼ିଶାରେ ଏକ ଅଗ୍ରଣୀ ଜିଲାଭାବେ ପରିଣତ କରିବାରେ ସମସ୍ତ ଚେଷ୍ଠା ଜାରିରହିଛି  । ଏ ଦିଗରେ ସମସ୍ତ ସରକାରୀ କର୍ମଚାରୀ ତତ୍ପର ହେବା ଦରକାର । ପଞ୍ଚାୟତ ସ୍ତରରେ ଗରିବ ଲୋକମାନଙ୍କ ପାଇଁ ସମସ୍ତ ଯୋଜନାକୁ ତକ୍ରାଳ ଶେଷ କରିବାକୁ  ତାଗିଦ୍‍ କଲେ କେନ୍ଦ୍ରାପଡ଼ା ଜିଲାର ଲୋକପ୍ରିୟ ଜିଲାପାଳ ଦାଶରଥୀ ଶତପଥୀ  । ସରକାରୀ କାର୍ଯ୍ୟକୁ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ରାଜକନିକା ପଞ୍ଚାୟତ ସମିତି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ପଞ୍ଚାୟତସ୍ତରୀୟ ଜିଲାପାଳଙ୍କ ସମୀକ୍ଷା ବୈଠକରେ ଜିଲାପାଳ ଶ୍ରୀଶତପଥୀ କହିଛନ୍ତି  । ଏହି ସମୀକ୍ଷା ବୈଠକରେ ଜିଲାପାଳ ରାଜକନିକା ବ୍ଲକ୍‍ର ୨୯ଟି ଗ୍ରାମପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା ନିର୍ମାଣ, ଭତ୍ତା, ଆଇସିଡ଼ିଏସ୍‍ ସହିତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି  । ଅନେକ ପଞ୍ଚାୟତରେ ସରକାରୀ କର୍ମଚାରୀ ମାନେ ଠିକ୍‍ ଭାବରେ କାର୍ଯ୍ୟକରୁନଥିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହିତ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହା ସହିତ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଉନ୍ନୟନ କାର୍ଯ୍ୟ ତଥା ଆବାସ ଯୋଜନାକୁ ତୁରନ୍ତ ଶେଷ କରିବାକୁ କହିଥିଲେ  । ଏହି ସମୀକ୍ଷା ବୈଠକରେ ବିଡ଼ିଓ ଡ଼ିଏସ୍‍ ଶୁଭଦର୍ଶନ ଯୋଶୀ, ତହସିଲଦାର ଶୁକଦେବ ବେହେରା, ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ  । ରାଜକନିକା ବ୍ଲକ୍‍ର ସମସ୍ତ ପଞ୍ଚାୟତ ଅଧିକାରୀ, ଜିଆର୍‍ଏସ୍‍, ସିଡ଼ିପିଓ, ସୁପରଭାଇଜରଙ୍କ ସମେତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  । ମୁଖ୍ୟ ଲିପିକ ଅବକାଶ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ  ।