ଓଡିଆନ୍ ନ୍ୟୁଜ

124

ପୁରୁଷ ହକି ବିଶ୍ୱକପ: ଭାରତୀୟ ଦଳରେ ଦୁଇ ଓଡ଼ିଆ

Team Odian News |

ପୁରୁଷ ହକି ବିଶ୍ୱକପ: ଭାରତୀୟ ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ୱର,୮/୧୧(ଓଡ଼ିଆନ୍ ନ୍ୟୁଜ୍): ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳୀଙ୍କୁ ହକି ଦଳରେ ସାମିଲ କରାଯାଇଛି । ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭାରତୀୟ ହକି ଟିମରେ ସୁଯୋଗ ମିଳିଛି । ପୂର୍ବରୁ ମସକାଟ୍ ଠାରେ ଖେଳାଯାଇଥିବା ହକି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗିତାରେ ବିରେନ୍ଦ୍ର ଖେଳି ନଥିଲେ । ଏହାସହ ଗତ ଅକ୍ଟୋବରରେ କଳିଙ୍ଗ ଷ୍ଟାଡ଼ିୟମରେ ହୋଇଥିବା ୨୫ ଜଣିଆ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଉଭୟଙ୍କ ନାଁ ନଥିଲା । ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଛି ।