ଓଡିଆନ୍ ନ୍ୟୁଜ

126

ଆସ ବୁଲିଯିବା ସିମିଳି ଗୁଡ଼ାର ଆଦିବାସୀ ଗାଁ

Team Odian News |

ଆସ ବୁଲିଯିବା ସିମିଳିଗୁଡ଼ାର ଆଦିବାସୀ ଗାଁ
କୋରାଫୁଟ୍୨୮ା୯(ଓଡିଆନ୍ ନ୍ୟୁଜ୍):ପ୍ରକୃତିର ଗନ୍ତାଘର ହେଉଛି ଓଡ଼ିଶାର ସିମିଳିଗୁଡ଼ା ବନଖଣ୍ଡ । ଏଠାରେ ରହିଥିବା ଆଦୀବାସୀ ଗାଁ ଗୁଡ଼ିକୁ ବୁଲି ଯିବାର ଅନୁଭୁତି ବହୁତ ନିଆରାଥାଏ । ଗୋଟିଏ ଗାଁରେ କୋଟିଏ କାହାଣୀ ରହିଥାଏ କହିଲେ ଭୁଲ ହେବନି । ଏହି ଆଦିବାସୀ ଗାଁର ଯାତ୍ରାକରିବା ଅର୍ଥ ନିଜ ଭିତରେ ଏକ ରହସ୍ୟର ଉନ୍ମୋଚନ କରିବା କହିଲେ ଭୁଲ ହେବନି । ଦୁନିଆର ଅନ୍ୟ ଅଚଳଠାରୁ ସମ୍ପୁର୍ଣ୍ଣ ଅଲଗା ରହିଥିବା ବେଳେ ଏବେବି  ଗାଁ ଓ ଏହାର ଅଧିବାସୀମାନେ ଆଧୁନିକତାଠାରୁ ଦୁରରେ ରହି ବାସ୍ତବ ଜଗତର ଛାପରେ ଗୁଞ୍ଜରିତ ହେଉଥିବାର ଦେଖିବାକୁ ମିଳିଥାଏ । ଯେତେବେଳେ କେତେକ ଆଦିବାସୀ ସମୁଦାୟ ଗାଢ ଜଙ୍ଗଲରେ ବସବାସ କରୁଥିବା ବେଳେ ସେହି ଦଶକର କିଛି ଲୋକ ଜଙ୍ଗଲକୁ ଛାଡ଼ି ବାହାର ଦୁନିଆରେ ଆଧୁନିକ ଜୀବନଯାପନ କରୁଛନ୍ତି । ଯେଉଁ ଜଙ୍ଗଲ ଦିନେ ତାଙ୍କ ପୂର୍ବଜଙ୍କର ବାସସ୍ଥଳୀ ରହିବା ସହ ସେମାନେ ସେଠାରେ ଚାଷ ଜମି ସାଙ୍ଗକୁ ଗାଁ ତିଆରି କରିଥିଲେ ।