ଓଡିଆନ୍ ନ୍ୟୁଜ

153

୧୬ରୁ ଆରମ୍ଭ ହେବ +୨ ଫର୍ମ ଫିଲ୍-ଅପ୍

Team Odian News |

୧୬ରୁ ଆରମ୍ଭ ହେବ  +୨ ଫର୍ମ ଫିଲ୍-ଅପ୍

ଭୁବନେଶ୍ୱର,୮/୧୧(ଓଡ଼ିଆନ୍ ନ୍ୟୁଜ୍): ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ  +୨ ପରୀକ୍ଷା ପାଇଁ ଫର୍ମ ପୂରଣ । ଏହି ସମ୍ବନ୍ଧରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। .୧୬ରୁ ୨୬ ତାରିଖ ଯାଏଁ ବିନା କୌଣସି ଫାଇନରେ ଛାତ୍ରଛାତ୍ରୀ ଫର୍ମଫିଲଅପ କରି ପାରିବେ । ସେହିପରି ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୫୦ଟଙ୍କା ଫାଇନ୍ ଦେଇ ଫର୍ମ ଫିଲ୍-ଅପ୍  କରି ପାରିବେ ପରୀକ୍ଷାର୍ଥୀ ।  ଡିସେମ୍ବର ୧ ରୁ ୪ ତାରିଖ ପର୍ଯ୍ୟନ୍ତ ୩୫୦ ଟଙ୍କା ଫାଇନ ଦେଇ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ତେବେ ପୁରା ଫର୍ମ ଫିଲଅପ ବାବଦରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଗଜାମିନେସନ୍ ଫି ୧୬୫ଟଙ୍କା ରହିଥିବାବେଳେ ସେଣ୍ଟର ଚାର୍ଜ ରହିଛି ୧୨୦ ଟଙ୍କା । ସେହିପରି ଏନରୋଲମେଣ୍ଟ ଫି ୨୫ଟଙ୍କା ସହ ମାର୍କ-କମ୍-ପ୍ରୋଭିଜନାଲ୍ ସାର୍ଟିଫିକେଟ ଫି ୧୦୦ଟଙ୍କା କରାଯାଇଛି ।