ଓଡିଆନ୍ ନ୍ୟୁଜ

198

ଯୁବକକୁ କଚାଡି ମାରିଲା ଯଶୋଦା

Team Odian News |

ଯୁବକକୁ କଚାଡି ମାରିଲା ଯଶୋଦା

ଭୁବନେଶ୍ୱର,୮/୧୧(ଓଡ଼ିଆନ୍ ନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ ସହାୟତା କରିବାକୁ ଆସିଥିବା କୁମକୀ ହାତୀ ଯଶୋଦା ଗୁରୁବାର ଜଣେ ଯୁବକଙ୍କୁ ପାଦରେ ଦଳି ମାରି ଦେଇଛି। ପୁରୁଣାକୋର୍ଟ ରେଞ୍ଜ ଅଞ୍ଚଳରେ ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେବା ସମୟରେ ସୁଦୁର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଯଶୋଦା ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା। ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ଆସି ନିଜେ ହତ୍ୟାକାରୀ ପାଲଟିଗଲା ଯଶୋଦା । ମୃତକ ହେଲେ ସାତକୋଶିଆର ସ୍ଥାନୀୟ ଅଂଚଳର ମୁଣ୍ଡା ସାହିର । ସୁଦର୍ଶନ ହାତୀ  ପାଖକୁ ଯାଇଥିବା ବେଳେ ଯଶୋଦା କଚାଡି ମାରିଛି । ଯଶୋଦାକୁ ଚେନରେ ବନ୍ଧା ହୋଇଥିଲେ ମଧ୍ୟ ଏଭଳି ଅଘଟଣ ଘଟିଛି । ହାତୀର ଅତି ନିକଟକୁ ଯାଇ ସୁଦର୍ଶନ ଫସିଯାଇଥିଲେ ।