ଓଡିଆନ୍ ନ୍ୟୁଜ

177

ଆମେରିକାରେ ଆତତାୟୀ ଆକ୍ରମଣରେ ୧୩ ମୃତ୍ୟୁ

Team Odian News |

ଆମେରିକାରେ ଆତତାୟୀ ଆକ୍ରମଣରେ  ୧୩ ମୃତ୍ୟୁ 


ଓ୍ଵାଶିଂଟନ,୮/୧୧(ଓଡ଼ିଆନ୍ ନ୍ୟୁଜ୍): ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଏକ ବାର୍‌ ଭିତରେ ଗୁଳିକାଣ୍ଡ ଘଟି ୧୩ ଜଣଙ୍କ ମୃତ୍ୟୁ  ହୋଇଛି । ଆକ୍ରମଣକାରୀ ସ୍ୱୟଂଚାଳିତ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଓ ଜଣେ ଆକ୍ରମଣକାରୀଙ୍କୁ ମିଶାଇ  ୧୩ ଜଣଙ୍କ ଜୀବନ ଯାଇଛି। ନିଉଜ୍‌ ଏଜେନ୍ସି ପକ୍ଷରୁ ମିଳିଥିବା ଖବର ମୁତାବକ, ‘ବର୍ଡରଲାଇନ୍‌ ବାର୍‌ ଆଣ୍ଡ ଗ୍ରିଲ୍‌’ ନାମକ ଏବ ପବ୍‌ରେ ବୁଧବାର ରାତିରେ ଅଚାନକ କିଛି ଆକ୍ରମଣକାରୀ ଆସି ଗୁଳି ବର୍ଷା କରିଥିଲେ। ସ୍ଥାନୀୟ ଦମକଳ ବିଭାଗ ଟୁଇଟ୍‌ ଜରିଆରେ ଏହି କାଣ୍ଡକୁ ‘ଆକ୍ଟିଭ ସୁଟର୍‌ ଇନ୍‌ସିଡେଣ୍ଟ’ ନାମ ଦେଇଥିବା ଜାଣିବାକୁ ମିଳିଛି। ଏହି ଘଟଣାକୁ ଫେଡେରାଲ୍‌ ବିୟୁରୋ ଅଫ୍‌ ଇନ୍‌ଷ୍ଟେିଗେସନ୍‌(ଏପ୍‌ବିଆ) ତଦନ୍ତ କରୁଛି। ଟୁଇଟର୍‌ରେ ସେହି ଘଟଣା ସମୟର ଏକ ଭିଡିଓ ଦେଖିବାକୁ ମିଳିଛି। ଭିଡିଓଟିରେ ଦେଖିବାକୁ ମିଳିିଛି ଯେ ଘଟଣା ଘଟିବା ପରେ ଲୋକେ ଧାଁ ଦଉଡ଼ ହୋଇ କେ କୁଆଡ଼େ ପଳାଇ ଯାଉଛନ୍ତି।