ଓଡିଆନ୍ ନ୍ୟୁଜ

165

‘ହାଉସ୍ଫୁଲ୍-୪’ରୁ ନାନା ଆଉଟ ରାଣା ଇନ୍

Team Odian News |

‘ହାଉସ୍ଫୁଲ୍-୪’ରୁ ନାନା ଆଉଟ ରାଣା ଇନ୍


ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ବା ‘ମି ଠୁ’ ଅଭିଯୋଗ ଆଣିବା ପରେ କେବଳ ତାଙ୍କ ପାରିବାରିକ ବା ସାମାଜିକ ଜୀବନ ଉପରେ ପ୍ରଭାବ ପଡ଼ିଛି ତାହା ନୁହେଁ ତାଙ୍କ କ୍ୟାରିୟର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ‘ମି ଠୁ’ ବିବାଦ କାରଣରୁ ନାନା ନିଜର ଆଗାମୀ ଫିଲ୍ମ ‘ହାଉସ୍ ଫୁଲ-୪’ ଛାଡ଼ିଥିବାର ସୂଚନା ମିଳିଛି । ଏହା ସହ ନାନାଙ୍କ ବଦଳରେ ବାହୁବଳୀ ଫେମ ରାଣା ଦଗୁବତୀଙ୍କୁ ନିଆଯାଇଛି । ‘ହାଉସ୍ ଫୁଲ-୪’ରେ ଅଭିନୟର ସୁଯୋଗ ପାଇ ରାଣ ବେଶ ଖୁସି ଅଛନ୍ତି । ଏହା ସହ ଅକ୍ଷକୁମାର, ସାଜିଦ ନାଡ଼ିୱାଲା ଓ ନିର୍ଦ୍ଦେଶକ ଫରାହଦଙ୍କ ସହ କାମକରିବାର ସୁଯୋଗ ମୁୁଁ ଅତ୍ୟନ୍ତୁ ଖୁସି ବୋଲି ରାଣା ପ୍ରକାଶ କରିଛନ୍ତି । ଅକ୍ଷୟ କୁମାର ଓ ରାଣାଙ୍କ ବ୍ୟତୀତ ଫିଲ୍ମରେ ବବି ଦେଓଲ, ରିତେଶ ଦେଶମୁଖ ମଧ୍ୟ ଅଭିନୟ କରୁଛନ୍ତି । ରାଣା ଏଥିରେ ଜଣେ ଗଜଲ ଗାୟକ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ରିଲଜ ହେବାକୁ ଥିବାବେଳେ ଏହା ଆନ୍ୟ ସିରିଜ ଗୁଡ଼ିକ ଭଳି ଦର୍ଶକମାନଙ୍କୁ ଭରପୁର କମେଡ଼ି ସହ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।