ଓଡିଆନ୍ ନ୍ୟୁଜ

172

ଦାମଙ୍କ ନୂଆ ଦଳ

Team Odian News |

ଦାମଙ୍କ ନୂଆ ଦଳ


ଭୁବନେଶ୍ୱର,୮/୧୧(ଓଡ଼ିଆନ୍ ନ୍ୟୁଜ୍):ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ନିଜର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ପାରାଦୀପରେ ତାଙ୍କ ଛଡ଼ା ଆଉ କେହି ବିଧାୟକ ହୋଇପାରିବେ ନାହିଁ ବୋଲି ସେ ଶାସକ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଆଜି ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବା ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀ ହେଉଛି ତାଙ୍କ ଗଡ଼। ଏଠାରେ ତାଙ୍କ ବିନା ସହାୟତାରେ ଅନ୍ୟ କୌଣସି ଦଳ ତିଷ୍ଠି ପାରିବ ନାହିଁ। ଯିଏ ଯେତେ ମେଳି ବାନ୍ଧିଲେ କିଛି ଫରକ ପଡ଼ିବ ନାହିଁ। ପାରାଦୀପରେ ସେ ଚୌକିଦାର ଅଛନ୍ତି ଓ ରହିବେ। ଏହି ଅବସରରେ ସେ ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ ’ ବୋଲି ଘୋଷଣା କରିଛନ୍ତି। ନିଜର ନୂଆ ଦଳକୁ ନେଇ ଆଜି ପର୍ଯ୍ୟନ୍ତ କାର୍ଡ ଖୋଲିନଥିବା ଡାକ୍ତର ରାଉତ ସମ୍ଭବତଃ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ସମତାକ୍ରାନ୍ତି ଦଳ ସହ ବୁଝାମଣା କରି ସେହି ଦଳର ନାଁକୁ ‘ବିଜୁ ସମତାକ୍ରାନ୍ତି ଦଳ’ରେ ପରିବର୍ତ୍ତନ ପାଇଁ ରାଜି କରାଇଥିବା ଚର୍ଚ୍ଚା ହେଉଛି।