ଓଡିଆନ୍ ନ୍ୟୁଜ

369

ମିଶିରି ଭୂଷି ପାଣିର ଉପକାରିତା

Team Odian News |

ମିଶିରି ଭୂଷି ପାଣିର  ଉପକାରିତା 

(ଓଡ଼ିଆନ୍ ନ୍ୟୁଜ୍): ଆମେ ସାଧାରଣତଃ ଅନୁଭବ କରିଥିବା ଯେ,  ଶୀତ ଦିନରେ   ଦେହ ପ୍ରାୟତଃ ଉଷୁମ ଥାଏ। ପେଟ ଗରମ ରହେ। ଏହାର ଏକ ପ୍ରମୁଖ କାରଣ ହେଲା ଖରାଦିନ ଅପେକ୍ଷା ଶୀତ ଦିନେ ଆମେ ପାଣି ପିଇବା ମାତ୍ରା କେମାଇ ଦେଇ ଥାଉ। . ଶୀତ ଦିନେ ସକାଳୁ ସକାଳୁ ମିଶିରି ଓ ଭୂଷ ପାଣି ପିଇଲେ ଆମକୁ ଅନେକ ଫାଇଦା ମିଳିଥାଏ । ସେ ବିଷୟରେ ଜଣନ୍ତୁ..


–  ମିଶିରି ଓ ଭୂଷ ପାଣି ପେଟକୁ ଥଣ୍ଡା ରଖିଥାଏ ଶୀତ ଦିନେ ପେଟ ଗରମ ହେବାର ଆଶଙ୍କା କମ ରହେ ।

–  ଭୂଷି ମିଶିରି ପାଣି ପିଇଲେ ଏହା କନଷ୍ଟିପେଶନ ବା କୋଷ୍ଠକାଠିନ୍ୟ ଏଡାଇ ଦିଏ।

– ଅନେକ ସମୟରେ ପେଟ ଗରମ ହୋଇଥିଲେ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଏ। ନିୟମିତ ମିଶିରି ଭୂଷି ପାଣି ପିଇଲେ ଏଭଳି ସମସ୍ୟା ଦୂର ହୋଇଯାଏ। ବିଶେଷ କରି ଶୀତ ଦିନେ ଏହି ସମସ୍ୟା ଦେଖା ଦେଇଥାଏ।

– ବର୍ତ୍ତମାନ ମେଦବହୁଳତା ଆଧୁନିକ ଜୀବନ ଶୈଳୀର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଏହି ମିଶିରି ଓ ଭୂଷି ପାଣି ଏହାକୁ ନିୟନ୍ତ୍ରଣ କରିଥାଏ।

– ଖାଦ୍ୟ ପେୟରେ ଅନିୟମିତତା  ଅମ୍ଳ ବା ଏସିଡିଟିର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ମିଶିରି ଭୂଷି ପାଣିରେ ଏହା ଉପଚାର ହୋଇ ପାରିବ।