ଓଡିଆନ୍ ନ୍ୟୁଜ

122

ବିଜେଡ଼ି ମହିଳା ସଂଗଠନ ସଶକ୍ତ ହେବ !

Team Odian News |

ବିଜେଡ଼ି ମହିଳା ସଂଗଠନ ସଶକ୍ତ ହେବ !

ଭୁବନେଶ୍ୱର,(ଓଡ଼ିଆନ ନ୍ୟୁଜ): ଦଳର ମହିଳା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିରେ ଯୁବ ନେତୃତ୍ୱକୁ ସେ ଗୁରୁତ୍ୱ ଦେଇଛନ୍ତି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ଜାଗାରେ ଡ. ମିନତୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି । ବିଦାୟୀ ସଭାନେତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ବିଜୁ ଜନତା ଦଳର ଉପସଭାପତି ଭାବେ  ଦାୟିତ୍ୱ ମିଳିଛି । ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ସେହିଭଳି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଏବଂ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ରଙ୍କୁ ବିଜୁ ମହିଳା ଜନତା ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସଂଗଠନର ସହ ଉପଦେଷ୍ଟା ଭାବେ ସେମାନେ କାର୍ଯ୍ୟ କରିବେ । ମହିଳା କମିଶନ ଅଧ୍ୟକ୍ଷା ପଦରୁ ଆଜି ଇସ୍ତଫା ଦେଇଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ପଦରେ ନିଯୁକ୍ତି ମିଳିଛି । ତାଙ୍କ ସହ ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ ଏବଂ ଗୀତାଞ୍ଜଳି ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ପଦ ଦିଆଯାଇଛି । ସୁଲତା ଦେଓଙ୍କୁ ସାଧାରଣ ସମ୍ପାଦିକା ଏବଂ ଏଲିନା ଦାସଙ୍କୁ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି ।