ଓଡିଆନ୍ ନ୍ୟୁଜ

154

ମେକ-ଇନ ଓଡ଼ିଶା କନକ୍ଲେଭକୁ ଉଦଘାଟିତ

Team Odian News |

ମେକ-ଇନ ଓଡ଼ିଶା କନକ୍ଲେଭକୁ ଉଦଘାଟିତ 


ଭୁବନେଶ୍ୱର,୧୧/୧୧(ଓଡ଼ିଆନ ନ୍ୟୁଜ): ଆଜି ଶିଳ୍ପ ମହାକୁମ୍ଭ ମେକ-ଇନ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ଦେଶର ଶିଳ୍ପକେନ୍ଦ୍ର ଭାବେ ଉଭା ହୋଇଛି । ଏହି ନୂଆ ଓଡ଼ିଶାକୁ ସେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଏହା ସହିତ ସେ ମେକ ଇନ ଓଡ଼ିଶା କନକ୍ଲେଭକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଦେଶ ବିଦେଶରେ ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଏହି କନକ୍ଲେଭର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି  । ଏହି ଅବସରରେ  ଦେଶର କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେଇଥିଲେ  । ଏହି କନକ୍ଲେଭରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହାର ସହଯୋଗୀ ରହିଛି । ୨୦୧୬ ରେ ଅନୁଷ୍ଠିତ ପ୍ରଥମ ମେକ-ଇନ ଓଡ଼ିଶା କନକ୍ଲେଭରେ  ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି । ଭୁବନେଶ୍ୱର ଜନତା ମୈଦାନଠାରେ ଅନୁଷ୍ଠିତ ଏହି କନକ୍ଲେଭ ୫ ଦିନ ଧରି ଚାଲିବ ।