ଓଡିଆନ୍ ନ୍ୟୁଜ

151

ପାକିସ୍ତାନ ପାଠ୍ୟ ପୁସ୍ତକ ଜରିଆରେ ଭାରତ ବିରୋଧରେ ବିଶ ମଞ୍ଜି ପୋତୁଛି ବିଭ୍ରାନ୍ତକର ମତ

Team Odian News |

ପାକିସ୍ତାନ ପାଠ୍ୟ ପୁସ୍ତକ ଜରିଆରେ ଭାରତ ବିରୋଧରେ ବିଶ ମଞ୍ଜି ପୋତୁଛି ବିଭ୍ରାନ୍ତକର ମତ
ନୂଆଦିଲ୍ଲୀ,୨୮ା୯(ଓଡିଆନ୍ ନ୍ୟୁଜ୍):ଭାରତ ପାକିସ୍ତାନ ଭାଇଭାଇ ହୋଇଥିଲେ ମଧ୍ୟ ଏମାନଙ୍କ  ଶତୃତା ସାରା ବିଶ୍ୱରେ ଯେତିକି ଚର୍ଚ୍ଚିତ ସେତିକି ଚିନ୍ତାର ବିଷୟ । କେତେବେଳେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିଥାଏତ କେତେବେଳେ ଭାରତକୁ ବିପଦରେ ପକାଇବା ପାଇଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିଥାଏ । ହେଲେ ପାକିସ୍ତାନରେ ସ୍କୁଲ ପିଲାଙ୍କ ପାଠ୍ୟପୁସ୍ତକରେ ହିନ୍ଦୁମାନେ ଠକ୍ ସେମାନେ ମୁସଳମାନଙ୍କୁ ହତ୍ୟାକାରି ଛନ୍ତି, ଦେଶ ବିଭାଜନରେ ସେମାନେ ଦାୟି  ଏହିଭଳି ଭୁଲ ତଥ୍ୟ ଦର୍ଶାଇବା ଆଶ୍ଚର୍ଯ୍ୟ କରିଦେଇଛି ।
ମିଛ ଇତିହାସକୁ ଜାତୀୟତାର ନାମ
ପାକିସ୍ତାନରେ ସରକାର ସିକୃତିପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପଢାଯାଉଥିବା ଇତିହାସ ବହିରେ ଦର୍ଶାଯାଇଛି ଯେ ହିନ୍ଦୁମାନେ ଠକ୍, ଯେଉଁମାନେକି ମୁସଲମାନମାନଙ୍କୁ  ସାମୁହିକ ଭାବେ ହତ୍ୟାକରିବା ସହ ସେମାନଙ୍କଠାରୁ ସବୁକିଛି ଛଡ଼ାଇ ନେଇ ଭାରତରୁ ତଡ଼ିଦେଇଛନ୍ତି । ପାକିସ୍ତାନର ଛାତ୍ର ନୋମାନ ଅଫଜଲ କହିବା କଥା ତାର ଇତିହାସ ବହି କହେ ହିନ୍ଦୁମାନେ ଉତ୍ପିଡ଼କ ୭୦ବର୍ଷ ତଳେ ଭାରତରେ ଯେଉଁ ବିଭାଜନ ହୋଇଥିଲା ସେଥି ହୋଇଥିବା  ସାମୁହିକ ରକ୍ତପାତ ପାଇଁ ହିନ୍ଦୁମାନେ ହିଁ ଦାୟି । ପାକିସ୍ତାନ ଦେଶ ବିଭାଜନର କଠୋର ସତ୍ୟକୁ ସମ୍ମୁଖୀନ ହେବାର ସରକାରୀ ମାନସିକତା ଅଭାବ ରହିଛି ଯାହାକି ନୂଆଦିଲ୍ଲୀଠାରୁ କରାଚି ପର୍ଯ୍ୟନ୍ତ ଅଙ୍କୁରିତ କହିଲେ ଭୁଲ ହେବନାହିଁ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି  । ଏହାସହ ଏହି ଅଜନ୍ମା ଶତୃ ରାଷ୍ଟ କୁହାଯାଉଥିବା ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ କରାଯାଉଥିବା ବୁଝାମଣା କ୍ଷେତ୍ରକୁ ଅବରୋଧ ମଧ୍ୟ କରାଯାଉଛି । ଅଗଷ୍ଟମାସ ଦେଶ ବିଭାଜନର ୭୦ ବର୍ଷର ଇତିହାସକୁ ମନପକାଇ ଦେଇଥାଏ । ଏହି ଦୁଇଟି ରାଷ୍ଟ୍ରର ବିଭାଜନ ବିଶ୍ୱ ଇତିହାସରେ ଥିଲା ବଡ଼ ଅବଗମନ । ଦେଶ ବିଭାଜନ ହେଲା ହିନ୍ଦୁ ମୁସଲମାନ ଦୁଇଟି ପୃଥକ ପୃଥକ ଦେଶରେ ବାସକରିବାକୁ ଆରମ୍ଭ କଲେ ହେଲେ ସେହିସମୟରେ ହୋଇଥିଲା ଘୋର ରକ୍ତପାତ , ଉଭୟ ଉଭୟଙ୍କୁ ହତ୍ୟା କରି ରକ୍ତର ହୋଲି ଖେଳିଥିଲେ । ଏହି ସମୟରେ ମହିଳାମାନଙ୍କ  ଉପରେ ହୋଇଥିବା ବେଭିଚାର ଇତିହାସରେ ବିରଳ । ଏହି ଘଟଣାରେ ପାଖାପାଖି ୨ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହି ଉପମହାଦେଶର ବିଭିତ୍ସିକା ପରବର୍ତି ପିଢିଙ୍କ ମନରେ ବିଷମଞ୍ଜି ପୋତିବା ସହ ଉଭୟ ଦେଶ ଏହାକୁ ଜାତିୟତାର ନାମ ଦେଇଛନ୍ତି ।  ହେଲେ ଏହି ବିଷ ମଞ୍ଜି ପାକିସ୍ତାନରେ  ଏଭଳି ପୋତାହୋଇଛି ଯେ ପାକିସ୍ତାନ ପଞ୍ଜାବର୧୭ ବର୍ଷର ଛାତ୍ର ଅଫଜଲ କହନ୍ତି ସେମାନେ ଆମକୁ ଇତର ଦୃଷ୍ଟିରେ ଦେଖିବାରୁ ପାକିସ୍ତାନ ସୃଷ୍ଟି ହୋଇଛି । ହେଲେ ସମାନ ପାଠ୍ୟକ୍ରମ ପଢୁଥିବା ମୁମ୍ବାଇର ଛାତ୍ର କହନ୍ତି ମହାତ୍ମାଗାନ୍ଧୀ ସଂପୂର୍ଣ୍ଣ ଭାରତକୁ ମୁକ୍ତ କରିବା ପାଇଁ ବ୍ରିଟିଶମାନଙ୍କ ସହିତ ଲଢିଛନ୍ତି ହେଲେ ମହମ୍ମଦ ଅଲ୍ଲୀ ଜୀନା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ମୁସ୍ଲିମ୍ ଲିଗ୍ ଭଳି ସ୍ୱତନ୍ତ୍ର ଦଳ ଗଠନ କରି ପାକିସ୍ତାନର ସୃଷ୍ଟି କରିବା ପାଇଁ ବ୍ରିଟିସରମାନଙ୍କ ସହ ଚୁକ୍ତି କରିଥିଲେ ।
ଇତିହାସକୁ ଗୁପ୍ତ ରଖାଯାଇଛି
ପାକିସ୍ତାନ ଇତିହାସକ ୁ ଗୁପ୍ତ କରି ରଖିବା ସହ ପରବର୍ତି ପିଢିଙ୍କୁ ଭୁଲ ତଥ୍ୟ ଦେଉଛି ଏହାର ନିଛକ ଉଦାହରଣ ହେଉଛି ଗାନ୍ଧୀଜିଙ୍କୁ ଆନ୍ଦୋଳନରୁ ବାହାରେ ରଖିବା । ପାକିସ୍ତାନର ସ୍ୱାଧିନତାରେ ଗାନ୍ଧୀଙ୍କ ଭୂମିକାକୁ ସମ୍ପୁର୍ଣ୍ଣ ଅଣ ଦେଖାକରାଯାଇଥିବା ବେଳେ ଭାରତରେ ତାଙ୍କୁ ସ୍ୱାଧିନତାର ମୁଖ୍ୟ ପୁରୁଦ୍ଧା ଭାବେ ଚିତ୍ରିତ କରାଯାଇଛି । ଏନେଇ ଭାରତ ଗୁଜରାଟର ଜଣେ ଉଚ୍ଚବିଦ୍ୟାଳୟର ଇତିହାସ ଶିକ୍ଷକ ଆଶିଷ ଢକନ ସ୍ୱିକାର କରିବା ସହ କହିଛନ୍ତ ଯେ “ପାକିସ୍ତାନ ଛାତ୍ରମାନେ ଶିଖନ୍ତି ଯେ ମୁସ୍ଲମାନମାନେ ଆତ୍ମବିଶ୍ୱାଷ ଓ ସ୍ୱାଧିନତା ପାଇଁ ମୁସଲମି ଲିଗ୍ ଗଠନ ହୋଇଥିଲା  । ଅନ୍ୟପକ୍ଷରେ ଭାରତୀୟ ଛାତ୍ରମାନେ ପଢନ୍ତି ଯେ ଅବିଶ୍ୱାସୀ ମୁସଲମାନଙ୍କ  ଏହା ଏକ ବଡ଼ ଭୁଲ । ଆମ ଇତିହାସ ଅନୁଯାୟୀ ଅମେ ଯୁଦ୍ଧ ଜିତିଛେ ତାଙ୍କ ଇତିହାସ ଅନୁଯାୟୀ ସେମାନେ ଯୁଦ୍ଧ ଜିତିଛନ୍ତି”  । ଏହାସହ ସେ କହିଛନ୍ତି ସୀମାର ଉଭୟ ପାର୍ଶ୍ୱରେ ସରକାରୀ ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମରେ ପରସ୍ପରକୁ ସୁହାଇଲା ଭଳି ଇତିହାସ ପଢାହେଉଛି । ପାକିସ୍ତାନ ସଂଗଠନ ତାର ଛାତ୍ରମାନଙ୍କୁ ଖେଳ ଓ ସଂସ୍କୃତିମାଧ୍ୟମରେ ତାଙ୍କ ଅତିତ ବିଷୟରେ ଏକ ବିଭ୍ରାନ୍ତ କର ତଥ୍ୟ ପ୍ରଦାନ କରୁଛି ।
 କାସିମ୍ ଅସଲମଙ୍କ ଇତିହାସ ପ୍ରୋଜେକ୍ଟ  ଅନୁସାରେ ଭାରତ ଓ ପାକିସ୍ତାନରେ ପାଠପଢା ସିଜିନ୍ ଚାଲୁଛି । ଅସଲମ୍ଙ୍କ ଏହି ଏକତରଫା ଇତିହାସ ପଢିବା ସହ ୨୦ବର୍ଷ ବେଳକୁ ତାହା ଦୃଢିଭୁତ ହୋଇଥାଏ  । ଏବଂ ଛାତ୍ରଜଣକ ସାରା ଜୀବନ ସେହିଭାବନା ରଖିଥାଏ । ଏନେଇ ପାକିସ୍ତାନର  ଇତିହାସ ବ୍ୟାକ୍ଷାକାର ପ୍ରଫେସର ତଭିଜ ରେହେମାନ କହନ୍ତି “ ଯଦି ସରକାରୀ ସ୍ତରରେ ପାଠ୍ୟଖସଡ଼ା ପରିବର୍ତନ କରାଯାଏ ତେବେ ଉଭୟ ଜାତିର । ନୀତିରେ ନିଶ୍ଚୟ ପରିର୍ତନ ଆସିବ” । ଏହାସହ ସେ କହନ୍ତି ପାକିସ୍ତାନର ଇତିହାସ ବଦଳେଇବାରେ ଆଗ୍ରହ ନାହିଁ ଓ ଭାରତ ମଧ୍ୟ ଦେଶ ବିରୋଧି ମତ ଉପରେ ଆପତି କରୁନାହିଁ । 
ସେହିଭଳି ଭାରତୀୟ ଲେଖକ ଓ ଗବେଷକ ଭର୍ଟସି ଭୂଟାଲିଆ କହନ୍ତି “ ବର୍ତମାନ ଲୋକମାନେ  ଜାତୀୟତାଠାରୁ ଉର୍ଦ୍ଧକୁ ଯାଇ ଦେଶ ବିଭାଜନର ସତ୍ୟତା ଜାଣିବାକୁ ଚେଷ୍ଟା କରୁଛନ୍ତି ଯାହାକି ୨୦ବର୍ଷ ତଳେ ନଥିଲା” ।  କିନ୍ତୁ କ୍ଲାସରୁମ୍ ବାବଦରେ ସେ କହନ୍ତି ବିଭାଜନର କଠୋର ସତ୍ୟତାର ସମ୍ମୁଖିନ ହେବା ବାସ୍ତବିକ ଅସମ୍ଭବ । ଏହାସହ ସେ ୧୯୪୭ ମସିହାର ଅନେକ ପୁଲିସ ରିପୋର୍ଟ ଉଦ୍ଧାର କରିଛନ୍ତି  । ଏହି ରିପୋର୍ଟ ଗୁଡ଼ିକ ହତ୍ୟା ଓ ବଳକ୍ରାର ମାମଲାର  । ହେଲେ ଏହି ସବୁ ରିପୋର୍ଟକୁ ସେ ଲୁଚାଇ ରଖିଛନ୍ତି କାରଣ ଅଧିକାରିମାନଙ୍କ ବିଷୟରେ ରହିଥିବା ଏହି ରିପୋର୍ଟ ସର୍ବସମ୍ମୁଖକୁ ଆସିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ।  ଏହାସହ ସେ କହନ୍ତି ଦିଲ୍ଲୀର ହ୍ୱୁମାନ ଟୋମ୍ବ ଓ ପୁରୁଣା କିଲ୍ଲା ହେଉଛି ବହୁ ପୁରାତନ ସମାଧି ସ୍ଥଳି ଯେଉଁଠି ଦେଶବିଭାଜନ ବେଳେ ଅନେକ ଲୋକଙ୍କୁ ସମାଧି ଦିଆଯାଇଛି । ଏହାସହ ସେ କହନ୍ତି ଦୁଇ ଦେଶର ସରକାର ଏହି ସବୁ ଜନସାଧାରଣଙ୍କୁ ଜଣାଇବାକୁ ଚାହାନ୍ତି ନାହିଁ ।