ଓଡିଆନ୍ ନ୍ୟୁଜ

191

ରାସ୍ତାରେ ଭୂତ!

Team Odian News |

ରାସ୍ତାରେ ଭୂତ!


୧୧/୧୧(ଓଡ଼ିଆନ ନ୍ୟୁଜ): ଭୂତ ନାଁ ଶୁଣିଲେ ସାଧାରଣତଃ  ମନ ଭିତରେ ଡ଼ର ଆସିଯାଇଥାଏ । ଏହାସହ ଭୂତକୁ ନେଇ ସମାଜରେ ଅନେକ ସମୟରେ ଅନେକ କଥା ପ୍ରଚଳିତ ରହିଥାଏ । କେହି କେହି ଭୂତର ସ୍ଥିତିକୁ ବିଶ୍ୱାସ କରନ୍ତିତ କେହି କେହି ବିଶ୍ୱାସ କରନ୍ତି ନାହିଁ । ହେଲେ ଯେପରି ଭଲ ମନ୍ଦ ସମାଜରେ ରହିଛି । ସେହିଭଳି ଆତ୍ମା ଓ ପରମାତ୍ମାର ଶତା ମଧ୍ୟ ରହିଛି ବୋଲି ବିଶ୍ୱାସ କରାଯାଏ । ଗାଁତ ଗାଁ ସହରର ଲୋକମାନେ ମଧ୍ୟ ଭୂତର ଶତାକୁ ବିଶ୍ୱାସ କରିଥାନ୍ତି । ସେହିଭଳି ରାଜଧାନୀ ଦିଲ୍ଲୀ ଓ ଓଡ଼ିଶାର କେତେକ ରାସ୍ତା  ଉପରେ ଘଟୁଥିବା ଭୂତର ଆର୍ବିଭାବ ଘଟଣା ବିଷୟରେ କିଛି ଜଣା ଅଜଣା କଥା ...
ଦିଲ୍ଲୀର କେଣ୍ଟ ଅଞ୍ଚଳରେ ରାତି ସମୟରେ ଭୂତ ଦେଖାଯାଉଥିବାର ଶୁଣିବାକୁ ମିଳେ । ଦେଶର ୧୦ଟି ଟପ୍ ହଣ୍ଟିଂ ପ୍ଲେସ୍ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଏ । ସ୍ଥାନିୟ ଲୋକେ କୁହନ୍ତି, ଏହି ରାସ୍ତା ଦେଇ ରାତିରେ ଏକଲା ଯିବାଆସିବା କରୁଥିବା ଲୋକଙ୍କର ଅନିଷ୍ଟ ଘଟିଥାଏ । ଏହିରାସ୍ତାରେ ଗୋଟିଏ ଝିଅ ଧଳା ଶାଢୀ ପିନ୍ଧି ଲିଫ୍ଟିମାଗିଥାଏ, ଯେଉଁମାନେ ଲିଫ୍ଟ ଦିଅନ୍ତି ସେମାନଙ୍କର କିଛି ନା କିଛି ଅନିଷ୍ଟ ଘଟିଥାଏ । ଅନେକ ସମୟରେ ଝିଅଟିି କାର୍ ଆଗକୁ ହଠାତ ଚାଲିଆସି କାର ଚାରିପଟେ ବୁଲୁଥିବାର ଦୃଶ୍ୟ ସେଠାକାର ଲୋକ ଓ ସେହିରାସ୍ତା ଦେଇ ଯାଉଥିବା ଲୋକ ଦେଖିଥିବାର କୁହନ୍ତି । ସ୍ଥାନଟି ସହରଠୁ ଦୂରରେ ରହିଥିବା ବେଳେ ରାସ୍ତାଟି ଅନ୍ଧାରିଆ ରହୁଥିବାରୁ କେହି ଡ଼କାୟତି କରିବା ପାଇଁ ଏଭଳି ପନ୍ଥା ଆପଣାଉଥିବାର ଅନେକ କୁହନ୍ତି ତ କେହିକେହି . ଏହି ଝିଅଟି ଅଶରୀର ବୋଲି କୁହନ୍ତି । ଦିଲ୍ଲୀର କେଣ୍ଟ ରୋଡ ଭଳି ଭୁବନେଶ୍ୱର ନିକଟ ବର୍ତ୍ତି  ରାଜ୍ୟ ରାଜପଥ କଡ଼ରେ ଗୋଟିଏ ମହିଳା ବିଳମ୍ବିତ ରାତିରେ ଠିଆ ହୋଇ ଲଫ୍ଟି ମାଗୁଥିବାର ଚର୍ଚ୍ଚା ହୋଇଥାଏ  । ଏହି ମହିଳାଟି ଗୋଟିଏ ଭୂତ ହୋଇଥିବାର କୁହାଯାଉଛି  ।  କୁହାଯାଏ ମହିଳାଟିର ସେହି ସ୍ଥାନରେ କିଛି ବର୍ଷ ପୂର୍ବେ ଦୁର୍ଘଟଣାରେ ମରିଯାଇଥିଲା  ଓ  ସେହିଦିନଠାରୁ ସେ ରାତିରେ ସେଠାରେ ଭୂତ ହୋଇ ଘୁରିବୁଲୁଛି । ଯଦି ତାହାର ଲିଫ୍ଟି ମାଗିବା ଦେଖି କୌଣସି ଗାଡ଼ି ଅଟକି ଯାଏ ତାହାର ଅନିଷ୍ଟ ଘଟିଥାଏ ଓ ଯଦି କେହି ଗାଡ଼ି ନରଖେ ତେବେ ମହିଳାଟି ବିକଟାଳ ରାବ କରିଥାଏ ବୋଲି ଶୁଣିବାକୁ ମିଳେ । ସେହିଭଳି କଟ ରିଙ୍ଗ ରୋଡ଼ରେ ମଧ୍ୟ ଭୂତର ଶତା ରହିଥିବାର କୁହାଯାଏ । ଏଠାରେ ବିଳମ୍ବିତ ରାତିରେ ଅଧାପୋଡ଼ା ଲୋକଟିଏ ବୁଲୁଥିବାର ଦେଖିବାକୁ ମିଳିଥାଏ ଓ ତାହାପୁଣି ହଠାତ କୁଆଡ଼େ ଉଭେଇ ଯାଇଥାଏ ବୋଲି ଚର୍ଚ୍ଚା ହୁଏ । ହେଲେ ଏହା ଶତକି ଗପ କିଛି ସତ୍ୟା ସତ ଜଣାପଡି ନାହଁ   ।