ଓଡିଆନ୍ ନ୍ୟୁଜ

133

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ,୫୮ ପ୍ରତିଶତ ପୋଲିଂ

Team Odian News |

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ,୫୮ ପ୍ରତିଶତ ପୋଲିଂ 


ରାୟପୁର,୧୨/୧୧(ଓଡ଼ିଆନ ନ୍ୟୁଜ): ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୧୮ଟି ଆସନ ପାଇଁ ଅନୁଷ୍ଠିତ ଏହି ଭୋଟ ଗ୍ରହଣରେ ପ୍ରାୟ ୫୮ ପ୍ରତିଶତ ପୋଲିଂ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ନିର୍ବାଚନ ବର୍ଜନ ଧମକ ପରିପ୍ରେକ୍ଷୀରେ ଏହି ପୋଲିଂ ପ୍ରତିଶତକୁ ବେଶ ସନ୍ତୋଷଜନକ ମନେ କରାଯାଉଛି । ଏହା ମାଓବାଦୀଙ୍କ ପ୍ରତି ସାଧାରଣ ଲୋକଙ୍କ ଜବାବ ବୋଲି କୁହାଯାଉଛି । ଆଜି ପୂର୍ବାହ୍ନରେ ଭୋଟିଂ ଆରମ୍ଭର କିଛି ସମୟ  ପୂର୍ବରୁ ଦନ୍ତେଓ୍ଵାଡାରେ ମାଓବଦୀ  ଆଇଇଡି ବିସ୍ଫୋରଣ କରିଥିଲେ । ଅନ୍ୟପକ୍ଷରେ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ସହ ଗୁଳିବିନିମୟରେ ୫ ସିଆରପିଏଫ କର୍ମୀ ଆହତ ହୋଇଛନ୍ତି । ତେବେ ଭୋଟ ଗ୍ରହଣ ବେଳେ ୩୧ଟି ଇଭିଏମ ଓ ୫୧ଟି ଭିଭିପାଟ ରେ ତ୍ରୁଟି ଦେଖାଯିବାରୁ ସେଗୁଡ଼ିକୁ ବଦଳାଯାଇଥିଲା ବୋଲି ଜଣାପଡିଛି । ମାଓବଦୀଙ୍କୁ କଡ଼ା ଜବାବ ଦେବାପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲା ।