ଓଡିଆନ୍ ନ୍ୟୁଜ

172

ଲୋକାର୍ପିତ ହେଲା ଦେଶର ପ୍ରଥମ ମଲ୍ଟି ମଡେଲ ଟର୍ମିନାଲ

Team Odian News |

ଲୋକାର୍ପିତ ହେଲା ଦେଶର ପ୍ରଥମ ମଲ୍ଟି ମଡେଲ ଟର୍ମିନାଲ


ନୂଆଦିଲ୍ଲୀ,୧୨/୧୧(ଓଡ଼ିଆନ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଦେଶର ପ୍ରଥମ ମଲ୍ଟି ମଡେଲ ଟର୍ମିନାଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ସହ ୟୁପି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ରମନ୍ତ୍ରୀ ନୀତିନ ଗଡକରି ଉପସ୍ଥିତ ଥିଲେ। ଏହି ସମୟରେ ମୋଦୀ ନିର୍ମାଣାଧିନ ପ୍ରଶାସନିକ ଭବନକୁ ଦେଖିବା  ସହ ଦୁଇଟି ଜାତୀୟ ରାଜପଥ ଲୋକାର୍ପିତ କରିଛନ୍ତି। ଏହାବ୍ୟତିତ ନିଜ ନିର୍ବାଚନମଣ୍ଡଳୀ କାଶୀରେ ପ୍ରଧାନମନ୍ତ୍ରୀ ୨୪୧୩ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଶିଳାନ୍ୟାସ ଏବଂ ଉଦଘାଟନ କରି କହିଥିଲେ ଯେ , ଆଗାମୀ ପୀଢି ପାଇଁ ବାରଣାସୀ ଏକ ଉଦାହରଣ ପାଲଟିବ । ଆଜିର ଦିନ ଭାରତ ବର୍ଷ ପାଇଁ ଏକ ଐତିହାସିକ ଦିନ। ହରିଦ୍ୱାର ଘାଟରୁ ଜଳପଥରେ ବାଣିଜ୍ୟ କାରବାରକୁ ପୂର୍ବରୁ ଅନେକ ଦଳ ହସରେ ଉଡାଇ ଦେଇଥିଲେ। କିନ୍ତୁ ଆଜି କଂଟେନର କୋଲକାତା ଯାଉଛି। 800 କୋଟି ଟଙ୍କାରେ ନିର୍ମିତ ରଜପଥ ବାବତପୁର ଏୟାରପୋର୍ଟକୁ ସହର ସହ ଯୋଡିବ। ଏହା ସହିତ ବିଦେଶୀ ପର୍ଯ୍ୟଟଙ୍କୁ ମଧ୍ ଆକର୍ଷିତ କରିବ।