ଓଡିଆନ୍ ନ୍ୟୁଜ

152

ଲାଇନ୍‌ଚ୍ୟୁତ ପରେ ୫ଟି ବଗିକୁ ଛାଡ଼ି ୧୫ଟି ବଗି ସହ ପୁରୀ ଫେରିଲା ଧଉଳି ଏକ୍ସପ୍ରେସ

Team Odian News |

ଲାଇନ୍‌ଚ୍ୟୁତ ପରେ ୫ଟି ବଗିକୁ ଛାଡ଼ି ୧୫ଟି ବଗି ସହ ପୁରୀ ଫେରିଲା  ଧଉଳି ଏକ୍ସପ୍ରେସ


ଭୁବନେଶ୍ୱର,୧୩/୧୧(ଓଡ଼ିଆନ ନ୍ୟୁଜ): ଆଜି ସକାଳେ ହାୱଡ଼ାରୁ ପୁରୀ ଆସିବା ସମୟରେ  ଧଉଳି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଭୋଗପୁର-ପାଂସକୁରା ମଧ୍ୟରେ ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ଏହା ଦ୍ୱାରା  କୌଣସି କ୍ଷୟକ୍ଷତି ହୋଇ ନଥିବାର ଜଣା ପଡିଛି । ଏହାସହ  ସମସ୍ତ ଯାତ୍ରୀଙ୍କୁ ଫାଲକନାମା ଏକ୍ସପ୍ରେସ୍‌ରେ ଅଣା ଯିବା ସହ  ଧଉଳି ଏକ୍ସପ୍ରେସ୍‌ର ସମସ୍ତ ରହଣୀ ସ୍ଥାନରେ  ଫାଲକନା ଏକ୍ସପ୍ରେସ୍‌ରେ  ରହିଥିଲା । ପଶ୍ଚିମବଙ୍ଗରେ ଲାଇନ୍‌ଚ୍ୟୁତ ହୋଇଥିବା ଧଉଳି ଏକ୍ସପ୍ରେସ ସନ୍ଧ୍ୟାରେ ଛାଡ଼ିଲା । ୫ଟି ବଗିକୁ ଛାଡ଼ି ୧୫ଟି ବଗି ସହ ପୁରୀ ଫେରିଛି ଧଉଳି ଏକ୍ସପ୍ରେସ।  ଭୁବନେଶ୍ୱର ଓ ପୁରୀ ଯାତ୍ରୀଙ୍କୁ ଅନ୍ୟ ୨ଟି ଏକ୍ସପ୍ରେସ୍‌ ଦ୍ୱାରା ଅଣାଯାଉଛି।