ଓଡିଆନ୍ ନ୍ୟୁଜ

112

ବିଜ୍ଞାପନରେ ସବୁଧର୍ମର ଦେବତାଙ୍କୁ ତାତ୍ସଲ୍ୟ!

Team Odian News |

ବିଜ୍ଞାପନରେ ସବୁଧର୍ମର ଦେବତାଙ୍କୁ ତାତ୍ସଲ୍ୟ!
ନୂଆଦିଲ୍ଲୀ,୨୮ା୯(ଓଡିଆନ୍ ନ୍ୟୁଜ୍):ଅନେକ ସମୟରେ ବିଭିନ୍ନ କମ୍ପାନଦ୍ୱାରା କରାଯାଉଥିବା ବିଜ୍ଞାପନରେ କେତେକ ଧର୍ମ ଓ ମହାପୁରୁଷଙ୍କୁ ଇଙ୍ଗିତ କରିଲା ଭଳି ହୋଇଥାଏ । ଯାହାକି ଅନେକଙ୍କ ଧର୍ମୀୟଭାବନାକୁ କୁଠାର ଘାତ କରିବା ସହ କମ୍ପାନୀକୁ ସମସ୍ୟାର ପକେଇଥାଏ । ଏବେ ଏହି ଭଳି ଏକ ବିବାଦିୟ ବିଜ୍ଞାପନ ତିଆରି କରିଛି  ଅଷ୍ଟ୍ରେଲିଆର ଏକ କମ୍ପାନୀ । ବିଭିନ୍ନ ଧର୍ମର ଠାକରୁ ଓ ନେତୃବୁନ୍ଦଙ୍କୁ ନେଇ ଗୋଟିଏ ଏହି ବିଜ୍ଞାପନ ପ୍ରସ୍ତୁତ ହୋଇଛି  । ଯେଉଁଥିରେ ସମସ୍ତଙ୍କୂୁ ଏକ ବାରବେକିୟୁ ପାଖରେ ଏକାଠି କରାଯିବା ସହ ମେଣ୍ଢା ଛୁଆ ଖାଉଥିବାର ଦର୍ଶା ଯାଇଛି । ଏହି ବିଜ୍ଞାପନରେ ପ୍ରଭୁ ଗଣେଶ ଖୁସିରେ ମେଣ୍ଢା ମାଂସ ଖାଇବା ସହ ମଜା ନେଉଥିବାର ଦର୍ଶା ଯାଇଛି । ଯାହାକୁ ଦେଖି ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମାାବଲମ୍ବିଙ୍କ ମଧ୍ୟରେ ଆକ୍ରୋସ ଜାତ ହୋଇଛି । ମାଂସ ଓ ପସୁସମ୍ପଦ କୁ ନେଇ ଏହି ବିଜ୍ଞାପନର  ଅଭିଜାନ ରହିଛି । ଏଥିରେ ଦେଖାଯାଇଛି ଭଗବାନ ଗଣେଶ  ପ୍ରଭୁ ଜିସୁ ଖ୍ରୀଷ୍ଟ, ମୋସେସ, ଏଫ୍ରୋଡ଼ାଇଟ, ଭଗବାନ ବୁଦ୍ଧ, ଜିଉସ,  ଓବି ୱାନ କେନୋବି , ଷ୍ଟାର ୱାର୍ସ ମ୍ଫ୍ରାଚାଇଜ ଓ ସାଇଣ୍ଟୋଲୋଜି ପ୍ରତିଷ୍ଠାତା ରୋନ ହୁବାର୍ଡ଼ଙ୍କ ସହିତ ବସି ମାଂସର ମଜା ନେଉଛନ୍ତି । ଟିଭି ବ୍ୟବସାୟ ଲକ୍ଷ୍ୟରେ କରାଯାଇଥିବା ଏହି ବିଜ୍ଞାପନର ଲକ୍ଷ୍ୟ ରହିଥିଲା ଯେ ନିଜର ବିଶ୍ୱାସ, ପୃଷ୍ଠଭୂମି ବା ପ୍ରବର୍ତ୍ତନା କିଛି ନୁହେଁ ଆମେ ସମସ୍ତେ ଏକାଠି ଏକଜୁଟ ହୋଇପାରିବା ମେଣ୍ଢାଛୁଆ ଅଛି । ବିଜ୍ଞାପନ ମାନକ ସଂସ୍ଥାର ମତ ଅନୁଯାୟୀ ଏହି ବିଜ୍ଞାପନ ଟି ସମାଲୋଚନା ହେବାର କାରଣ ହେଉଛି ଏଥିରେ ଠାକୁରମାନଙ୍କୁ ଏଭଳି ଚିତ୍ରିତ କରିବାରେ ସମ୍ବେଦନଶିଳତାର ଅଭାବ ରହିଛି ।