ଓଡିଆନ୍ ନ୍ୟୁଜ

155

ହକୀ ଟିକେଟ ନମିଳିବାରୁ ଭଙ୍ଗାରୁଜା

Team Odian News |

ହକୀ ଟିକେଟ ନମିଳିବାରୁ ଭଙ୍ଗାରୁଜା ୧୫/୧୧(ଓଡ଼ିଆନ ନ୍ୟୁଜ): ବିଶ୍ୱକପ୍ ହକୀ ଉଦଘାଟନୀ ଉତ୍ସବର ଟିକେଟ୍‌ ୧୫ ତାରିଖରୁ ମିଳିବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ । ଏହାର ଦାମ ୫ ଶହ ଟଙ୍କା ରହିବ ବୋଲି ମଧ୍ୟ ସେ ପ୍ରେସ୍‌ମିଟରେ ସୂଚନା ଦେଇଥିଲେ । ଗତକାଲି ରାତି ୯ଟାରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍‌ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍‌ ଲଗାଇଥିଲେ । ମାତ୍ର ଟିକେଟ ବିକ୍ରି ହୋଇନଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କଳିଙ୍ଗ ଷ୍ଟାଡିୟମ୍ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଛନ୍ତି ।