ଓଡିଆନ୍ ନ୍ୟୁଜ

206

ସୁନ୍ଦର ପାଦ ପାଇଁ ମସାଜ

Team Odian News |

ସୁନ୍ଦର ପାଦ ପାଇଁ ମସାଜ

 
୧୫/୧୧(ଓଡ଼ିଆନ ନ୍ୟୁଜ):ସାରା ଦିନ କାମ କରିବା କାରଣରୁ ହେଉ ଅବା ଏଠାରୁ ସେଠାକୁ ଯିବାଆସିବା କରିବାରୁ ହେଉ ଆମ ପାଦରେ ଅନେକ ସମୟରେ କଷ୍ଟ ଅନୁଭବ ହୋଇଥାଏ । ନିୟମିତ ମସାଜ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତ ମିଳିବା ସହ ପାଦ ସୁନ୍ଦର ଦିଶିଥାଏ  । କେଉଁ ସମୟରେ କିପରି ପାଦ ମସାଜ କରିବେ  ସେ ବିଷୟରେ ଜାଣନ୍ତୁ ।
• ରାତିରେ ସୋଇବା ଆଗରୁ ମସାଜ କରିବା ଦ୍ୱାରା ସୁଖ ନିଦ୍ରା ସାଙ୍ଗକୁ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏହାସହ ସୋଇବା ଆଗରୁ ମସାଜ କରିବା ଦ୍ୱାରା ଥକାପଣ ଦୂରା ହେବାସହ ପାଦ ଓ ପିଠି ଯନ୍ତ୍ରଣାରୁ  ଉପସମ ମିଳିଥାଏ । ମସାଜ ଦ୍ୱାରା ପାଦ ଅଧିକ ସୂନ୍ଦର ହୋଇଥାଏ । ସବୁଦିନ ପାର୍ଲର ଯାଇ ମସାଜ କରିବା ସମସ୍ତଙ୍କ ପାଇଁ ସମ୍ଭବ ହେଉନଥିବା ବେଳେ ବ୍ୟୟ ବହୁଳ  ହୋଇଥାଏ ମଧ୍ୟ । ହେଲେ ଆପଣ କମ୍ ମୂଲ୍ୟରେ ନିଜେ ଘରେ ପାଦ ମସାଜ କରି ଆରାମ ପାଇ ପାରିବେ । 
• ଗୋଟିଏ ବଡ଼ ଓ ଫରଚା ପାତ୍ରରେ ନଖ ଉଷୁମ ଗରମ ପାଣି ନିଅନ୍ତୁ ଓ ଏଥିରେ କିଛି ବୁନ୍ଦା ଅବଶ୍ୟକ ତେଲ ମିଶାନ୍ତୁ । ୧୦ରୁ୧୫ ମିନିଟି ଏହି ପାଣିରେ ନିଜ ପାଦକୁ ବୁଡ଼ାଇ ରଖିବା ପରେ ବାହାରକୁ କାଢି ଭଲଭାବରେ ପୋଛି ଦିଅନ୍ତୁ । ଏହାପରେ ବାମ ଗୋଡ଼କୁ ଡ଼ାହଣ ଆଣ୍ଠୁ ଉପରେ ରଖି ଏକ ଟେବୁଲ ଉପରେ ବସନ୍ତୁ । କିଛି ଗରମ ତେଲ ନେଇ ଧିରେଧିରେ ଗୋଡ଼ରେ ମାଲିସ କରନ୍ତୁ । ଏଥି ପାଇଁ ଆପଣ ସୋରିଶ ବା ନଡ଼ିଆ ତେଲ ବ୍ୟବହାର କରିପାରିବେ । ଅଙ୍ଗୁଳି ଚାରିପାଖରେ ମଧ୍ୟ ମସାଜ କରିବା ଜରୁରୀ,  ମସାଜର ଲାଭ ଯେପରି ସମ୍ପୂର୍ଣ୍ଣ ଗୋଡ଼ ଉପରେ ପଡ଼ିବ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ । ଗୋଟିଏ ଗୋଡ଼ ସରିଲେ ଅନ୍ୟ ଗୋଡ଼ିଟି ସମାନ ପ୍ରକ୍ରିୟାରେ ମସାଜ କରନ୍ତୁ ।