ଓଡିଆନ୍ ନ୍ୟୁଜ

261

ସତ ନା ଅନ୍ଧବିଶ୍ୱାସ?

Team Odian News |

ସତ ନା ଅନ୍ଧବିଶ୍ୱାସ?


ଦୁନିଆ ଆଧୁନିକତା ଆଡ଼କୁ ଦୃତଗତିରେ ମାଡ଼ିଚାଲିଛି । ନୂତନ ଯନ୍ତ୍ରପାତି ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ଚନ୍ଦ୍ର-ମଙ୍ଗଳ ଗ୍ରହରେ ଘର କରିବା ପାଇଁ ଚିନ୍ତା କରୁଛି, ତଥାପି ଆମ ସମଜାର ଲୋକମାନଙ୍କ ମଧ୍ୟରୁ ଅନ୍ଧ ବିଶ୍ୱାସ ଦୁର ହେଉ ନାହିଁ । ବ୍ୟକ୍ତି ତାର ନିତୀଦିନିଆ ଜୀବନରେ ମଧ୍ୟ ଅକସ୍ମାତ ଘଟୁଥିବା କିଛି ଘଟଣାକୁ ଅଶୁଭ ବୋଲି ମାନିଥାଏ  । ଆଜିବି ଗୁଣିଗାରେଡ଼ି,ବଳି,କଳାଯାଦୁର ଅନ୍ଧମାୟାରେ ଲୋକ ମୋହିତ ହୋଇ ପଡ଼ୁଛି । ନିତୀଦିନିଆ ଜୀବନର କିଛି ଅନ୍ଧବିଶ୍ୱାଷ ଘଟଣା ବିଷୟରେ କିଛି ଜାଣିବା କଥା ।
ବିଲେଇ ରାସ୍ତା କାଟିବା ଅଶୁଭ!
କୌଣସିବି କାମରେ ଟିକିଏ ଅସୁବିଧା ହେଲେ ଲୋକଙ୍କ ପାଟିରୁ ବାହାରି ଆସେ ଗଲା ବିଲେଇ ଛିଙ୍କି ଦେଲା । ହଁ ବିଲେଇ ଆମ ସମାଜର ଗୋଟିଏ ଅଶୁଭ ପଶୁଭାବେ ପରିଚିତ । ଆମ ଆଖ ପାଖରେ ଘୁରି ବୁଲୁଥିବା, ଘରୁ ମୂଷା ତଡ଼ୁଥିବା ବିଲେଇ ଯଦି କେବେବି କାହାର ଯିବାଆସିବା ବାଟରେ ରାସ୍ତା ପାର ହୋଇଯାଏ ତେବେ ଅଶୁଭ ଭାବି ବ୍ୟକ୍ତି ଜଣକ କିଛି ସମୟ ଅଟକି ଯାଆନ୍ତି । କେହି କେହି ସେହି ଯାତ୍ରା ବାତିଲ କରି ଦିଅନ୍ତି ମଧ୍ୟ ଅଶୁଭ ଭାବି । ଏବରି ବି ଗାଡ଼ିଚାଳକ ମଧ୍ୟ କିଛି ସମୟ ଗାଡ଼ି ଅଟକାଇ ଦିଅନ୍ତି ନଚେତ ଗାଡ଼ି ଆଗରେ ଗୋଟେ ଗାରଟାଣି ଦିଅନ୍ତି । ହେଲେ କିଛି ଲୋକଙ୍କ କହିବା ଅନୁଯାୟୀ ବିଲେଇକୁ ଅଶୁଭ ମନେକରିବା ଆମର ଗୋଟିଏ ଅନ୍ଧବିଶ୍ୱାଷ ରୁଗଣ ମାନସିକତା । ଆମେ ତାହାକୁ ଆମ ସମଜାଠାରୁ ଶୁଣିଣୁଣି ଏଭଳି ଏକ ଭବନା ମନରେ ବସାବାନ୍ଧି ନେଇଛି । ଗୋଟେ ପଶୁ କିପରି ଅଶୁଭ ହୋଇ ପାରିବ । ଏକଥା ଛାଡ଼ନ୍ତୁ ପୁରାଣରେ ବିଲେଇକି ଏକ ପବିତ୍ର ଜୀବଭାବେ ବର୍ଣ୍ଣା କରାଯାଇଛି । କୃର୍ଷ୍ଣଲୀଳାରେ ମଞ୍ଜାରୀ(ବିଲେଇ) ବିଷୟରେ ବର୍ଣ୍ଣନା କରାଯାଇଛି । ଏହାସହ ବିଲେଇ ପ୍ରାୟ ସମସ୍ତ ଦେବାଳୟରେ ଦେଖିବାକୁ ମିଳେ ଏପରିବି ପୁରୀ ଜଗନ୍ନାଥ ମନ୍ଦିରରେ ।  ତେବେ ବିଲେଇ ଶୁଭ ନା ଅଶୁଭ ଆପଣ ଭାବନ୍ତୁ ।
ପେଚା ଚାଳରେ ବସିଲେ ଅଶୁଭ!
ପେଚାକୁ ଲକ୍ଷ୍ମୀଙ୍କ ବାହନ ଭାବେ ପ୍ରତେକ ହୀନ୍ଦୁଙ୍କ ଘରେ ପୂଜା ହୁଏ  । ହେଲେ ଅନ୍ୟପକ୍ଷରେ ପେଚା ଘରର ଚାଳ ଉପରେ ବା ଘରେ ବସି ବୋବାଇଲେ ତାହା ଅଶୁଭ କିଛି ଅଘଟଣ ଘଟିବ ଭାବି ତାକୁ ସେଠାରୁ ତଡ଼ିବାକୁ ବାଟ ପାଆନ୍ତି ନାହିଁ ଲୋକମାନେ । କେବଳ ସେତିକି ନୁହେଁ କେହି କେହି ସେହି ସ୍ଥାନକୁ ହଳଦୀ ପାଣି,ଗୋବର ଲଗାଇ ଧୋଇଥାନ୍ତି । ପେଚା ଘରର ଚାଳରେ ବସିବା ଏକ ଅଶୁଭ ସଙ୍କେତ ବୋଲି କେତେକ ପୁରୁଣା ଓଡ଼ିଆ ସିନେମାରେ ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ଆମେ କଥାକହୁଥିବା ସମୟରେ ଝିଟିପିଟି ବୋବାଇଲେ ସତକହୁଛେ ବୋଲି ଭାବିଥାଉ ହେଲେ ଯଦି କେବେ ବି ଦେହରେ ପଡ଼ିଯାଏ ତେବେ ତାହା ଅଶୁଭ ବୋଲି ମନାଯାଇଥାଏ । ଝିଟିପିଟି ପଡ଼ିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ତୁଳସୀ ପାଣିରେ ଗାଧେଇ ଥାଏ ନଚେତ ଗଙ୍ଗା ଜଳ ଛିଞ୍ଚି ହୋଇଥାଏ ।
ସୁନା ହଜିଲେ ଦୋଷ!
କଥାରେ କୁହାଯାଏ ସୁନା ହଜିଲେ ଦୋଷ ପାଇଲେ ବି ଦୋଷ । ହଁ ଏହା ମଧ୍ୟ ଆମ ସମାଜର ଏକ ଅନ୍ଧବିଶ୍ୱାସ । ସୁନା ଗୋଟିଏ ମୂଲ୍ୟବାନ ବସ୍ତୁ ହୋଇଥିବାରୁ ହଜିଥିବା ଲୋକର ଆର୍ଥୀକ ହାନି ହୋଇଥାଏ ସତ ହେଲେ ଏହାଦ୍ୱାରା ଦୋଷ ଲାଗିବ ତହା ଭୁଲ ନିଶ୍ଚୟ । ଯଦି ସୁନା ହଜିଲେ ଦେଷଲାଗେ ତେବେ ଏହାକୁ ଦାନକଲେ କିପରି ପୂନ୍ୟ ମିଳେ  । ବିବାହ ସମୟରେ ଝିଅକୁ ସୁନାଦାନ କରିବା, ଠାକୁରମାନଙ୍କୁ  ସୁନା ଦାନ କରିବା,ବ୍ରାହ୍ମଣଙ୍କୁ ସୁନା ଦାନ କରିବା କିପରି ପୂଣ୍ୟ ଅଟେ? ଯଦି ସୁନା ହଜିବା ପାଇବା ଦୋଷ ତେବେ ପାଇବା ଲୋକଟି କ’ଣ ପାଇଥିବା ସୁନା ଧାତୁଟିକୁ ଟିକୁ ଫୋପାଡ଼ି ଦିଏ କି?
ତେଲ ଢାଳିବା କାଚ ଭାଙ୍ଗିବା ଅଶୁଭ!
ସେହିଭଳି ନିଜର ମଙ୍ଗଳ ପାଇଁ ଦୀପ ଜାଳିହେଉ ବା ଠାକୁରଙ୍କୁ ଲଗାଇବା ନାଆରେ ଲୋକମାନେ  କିଲୋକିଲୋ ତେଲ-କ୍ଷୀର ତଳେ ଢାଳୁଛେ । ହେଲେ ଘରେ ଅଳ୍ପ ତେଲ ଢାଳିଗଲେ ଅବା କ୍ଷୀର ଉତୁରି ଚୁଲିରେ ପସିଗଲେ ଖରାପ ହେବ ବୋଲି କହିଥାଉ । ସେହିଭଳି କାଚଭାଙ୍ଗିଲେ ଅବା ଭଙ୍ଗ କାଚ , ଭଙ୍ଗା ଆଇନା ଦେଖିକି ଗଲେ ଅମଙ୍ଗଳ ହୋଇଥାଏ ବୋଲି ମାନିଥାଉ । କ୍ଷୀର ତେଲ ଜଳୀୟ ବସ୍ତୁ ହୋଇଥିବାରୁ ଟିକିଏ ବି ଅସବଧାନତାରେ ଢାଳିଯାଏ ବା  ଉତୁରି ଯାଏ ସେହିଭଳି କାଚ ବହୁତ ସଉଖିନ ବସ୍ତୁ ହୋଇଥିବାରୁ ପବନ ବାଜିଲେ ବି ଭାଙ୍ଗିଯାଏ ଏଥିରେ ଅମଙ୍ଗଳ ମଙ୍ଗଳ ଭାବିବା ଉଚିତ ନୁହେଁ । 
ଏହିଭଳି ଆହୁରୀ ଅନେକ ଅନ୍ଧବିଶ୍ୱାସ ଆମ ସମଜାରେ ପ୍ରଚଳିତ ଯେପରି ଖାଲି ମାଠିଆ ଦେଖିକି ଗଲେ ଶୁଭ ବିଗିଡ଼ିବା, ଲୁଣ ଢାଳିଲେ ଋଣି ହେବା, ଦୁଆର ବନ୍ଧରେ ବସିଲେ କରଜ ହେବା,ଘରୁବାହାରିବା ସମୟରେ ଛିଙ୍କିଲେ କାମ ବିଗିଡ଼ିଯିବା , କଲିକତରା ଦେଖିଲେ କଳିଲାଗିବା ପ୍ରଭୃତି ।