ଓଡିଆନ୍ ନ୍ୟୁଜ

189

ରାଜ୍ୟ ସରକାର ଘୋଷଣା କଲେ ମରୁଡି ପ୍ୟାକେଜ୍‌, ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ମିଳିବ କ୍ଷତିପୂରଣ

Team Odian News |

ରାଜ୍ୟ ସରକାର ଘୋଷଣା କଲେ ମରୁଡି ପ୍ୟାକେଜ୍‌, ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ  ମିଳିବ କ୍ଷତିପୂରଣ


ଭୁବନେଶ୍ୱର ,୧୫/୧୧(ଓଡ଼ିଆନ ନ୍ୟୁଜ):  ରାଜ୍ୟ ସରକାର ଆଜି  ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି।  ଚାଷ ଜମିର ୩୩ ପ୍ରତିଶତ ଅଥବା ଏହା ଠାରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା କ୍ଷତିପୂରଣ ମିଳିବ। ସେହିପରି ନିଶ୍ଚିତ ଜଳସେଚିତ ଜମିକୁ ୧୩ ହଜାର ୫୦୦ ଟଙ୍କା ଓ  ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ସେହିଭଳି ୧ ଲକ୍ଷ ଡାଲି ମିନିଟିକ୍‌, ୩୦ ହଜାର ତୈଳବୀଜ ମିନିଟିକ୍‌ ମିଳିବ। ବର୍ଷ ୨୦୧୮ର ସ୍ୱଳ୍ପଅବଧି ଖରିଫ ଋଣ ମଧ୍ୟମ ଅବଧି ଋଣ ହେବ। ଖରିଫରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ କୃଷି ଋଣ ଦିଆଯିବ। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଓ ଟ୍ୟୁସନ୍‌ ଫି ଛାଡ଼ ହେବ। ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ ହେବ। ୩୩ ପ୍ରତିଶତ ଅଥବା ଅଧିକ ଫସଲହାନୀରେ ଖଜଣା, ଜଳକର ସଂପୂର୍ଣ୍ଣ ଛାଡ଼ ହେବ। ମନେରଗା ଅଧୀନରେ ଅତିରିକ୍ତ ୫୦ଟି ଶ୍ରମଦିବସ ସୃଷ୍ଟିକରାଯିବ।