ଓଡିଆନ୍ ନ୍ୟୁଜ

161

ଅଭିଜିତ ଆୟାରଙ୍କୁ କ୍ଷମା କଲା ଗୃହ କମିଟି

Team Odian News |

ଭୁବନେଶ୍ୱର ,୧୭/୧୧(ଓଡ଼ିଆନ ନ୍ୟୁଜ): ଓଡ଼ିଆ ଭାଷା , ଓଡ଼ିଶା ବିଧାନସଭାର ସଦସ୍ୟ ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ  ମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କୁ ଆଜି ଗୃହ କମିଟି କ୍ଷମା କରିଛି। ଅଭିଜିତ ତାଙ୍କ ଆଡ଼ୁ କରିଥିବା ଭୂଲର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛି ଗୃହ କମିଟି।  ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗୃହ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଛି। ଗୃହ କମିଟି ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ ଦେଇଛି। ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ସର୍ବସମ୍ମତିକ୍ରମେ ଗୃହ ରିପୋର୍ଟକୁ ଗ୍ରହଣ କରିଛି। ଅଭିଜିତ ସ୍ୱଇଚ୍ଛାରେ କ୍ଷମା ମାଗିଥିଲେ। ତେଣୁ ଗୃହ କମିଟି ତାଙ୍କୁ କ୍ଷମା ଦେଇଛି। ଓଡ଼ିଶା ସଂପର୍କରେ ଅଭିଜିତ ଅନଭିଜ୍ଞ। ଓଡ଼ିଶା କଳା, ସଂସ୍କୃତି ପୁସ୍ତକ ତାଙ୍କୁ ଦେବାକୁ କୁହାଯାଇଛି ବୋଲି ମିଶ୍ର କହିଛନ୍ତି। ଗତମାସ  ୨୩ ତାରିଖରେ ସେ ଗୃହ କମିଟିରେ ହାଜର ହୋଇ କ୍ଷମା ମାଗିବା ସହ ସେବେଠାରୁ  ଜେଲରେ ରହିଛନ୍ତି ।