ଓଡିଆନ୍ ନ୍ୟୁଜ

162

ଭାଇରାଲ ହେଲା ଦୀପବିରଙ୍କ ବିବାହପର ଫୋଟ

Team Odian News |

୧୭/୧୧(ଓଡ଼ିଆନ ନ୍ୟୁଜ):ରଣବିର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ପ୍ରଶଂସକ, ବଲିଉଡ଼ ଜଗତରେ ଅନେକ ଉକ୍ରଣ୍ଠା ଭରି ରହିଥିବାବେଳେ ।  ଗତ ୧୪-୧୫ ତାରିଖରେ ଇଟାଲିର ଲେକ କୋମୋରେ ଦୀପବିରଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ସେମାନଙ୍କ ବିବାହ ପ୍ରସ୍ତୁତି ଓ ବିବାହ ସମୟର ଫୋଟ ଯେପରି ଲିକ ନହୁଏ ସେଥିପାଇଁ ବନ୍ଦବୋସ୍ତ କରାଯାଇଥିବାରୁ କୌଣସି ସୂତ୍ରରୁ ଦୀପବିରଙ୍କ ବିବାହ ସମୟର ଫୋଟ ମିଳିପାରିନଥିଲା । ହେଲେ ଦୀପବିର ନିଜ ପ୍ରଶଂସକଙ୍କୁ ନିରାଶ ନକରି ୧୫ତାରିଖ ବିବାହ ସମ୍ପର୍ଣ୍ଣ ପରେ ଦୁଇଦିନ ବିହାର ଫୋଟ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହାପରେ ସେମାନଙ୍କ ବିବାହ ଫୋଟ ସୋସିଆଲ ମିଡ଼ାଆରେ ଭାଇରାଲ ହେବା ସହ ନିଜ ନିକଟତମ ବନ୍ଧୁବାନ୍ଧବ, ପ୍ରଶଂକ ଓ ବି ଟାଉନରୁ ଦୀପବିରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଲିଆଭଟ, କରଣ ଜୋହର, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କଠୁ ଆରମ୍ଭ କରି ଦୀପିକାଙ୍କ ସହ ଭଲ ସମ୍ପର୍କ ନଥିବା ସୋନମକାପୁର ଓ ଅନିଲକାପୁର ମଧ୍ୟ ସେମାନଙ୍କୁ ବିବାହ ଶୁଭେଚ୍ଛା ଜଣାଇ ନବବିବାହିତ ଯୋଡ଼ିଙ୍କ ମଙ୍ଗଳ କାମନା କରିଛନ୍ତି । ସେହିଭଳି ରଣବିରଙ୍କ ଭଲ ସାଙ୍ଗଭାବେ ପରିଚିତ ଅର୍ଜୁନ କାପୁର ସେମାନଙ୍କୁ ବିବାହର ଅଭିନନ୍ଦନ ଜାଣାଇବା ସହ ଲେଖିଛନ୍ତି ଜସନ ଏ ଇସ୍କକା । ୧୫ ତାରିଖରେ ପ୍ରଥମ କରି ସେମାନଙ୍କ ଦୁଇଦିନର ବିବାହ ଫୋଟ ସୋସିଆଲ ମିଡ଼ିଆରେ ଆସିବା ପରେ  ଗତକାଲି ନିଜ ପରିବାର ଲୋକ ଓ ନିକଟତମ ବନ୍ଧଙ୍କ ସହ ଉଠାଇଥିବା ବାହାଘରର ପରର କେତେକ ଫୋଟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଏଥିରେ ନବବିବାହିତ ଦମ୍ପତି ଖୁବ ସୁନ୍ଦର ଓ ଖୁସି ମିଜାଜରେ ଦେଖାଯାଉଥିବା ବେଳେ ଉଭୟଙ୍କ ହାତରେ ମେହିନ୍ଦ ଚମକୁଛି । ଅନ୍ୟପକ୍ଷରେ ବାନ୍ଦରାରେ ଥିବା ରଣବିରଙ୍କ ଘର ନବବିବାହିତ ଯୋଡ଼ିଙ୍କୁ ସ୍ୱାଗତ କରିବା ପାଇଁ ଆଲୋକ ଓ ସାଜସଜ୍ଜାରେ ଝଲସୁଛି ।