ଓଡିଆନ୍ ନ୍ୟୁଜ

145

ଚର୍ଚ୍ଚାରେ ଅପରାଜିତାଙ୍କ ଟୁଇଟି

Team Odian News |


ଚର୍ଚ୍ଚାରେ  ଅପରାଜିତାଙ୍କ ଟୁଇଟି 


ଭୁବନେଶ୍ୱର ,୧୭/୧୧(ଓଡ଼ିଆନ ନ୍ୟୁଜ)  : ନିର୍ବାଚନ ଯେତିକି ପାେଖଇ ଆସୁଛି, ରାଜ୍ୟ  ରାଜନୀତିରେ ସେତିକି ଉଷ୍ଣତା ବଢିବାରେ ଲାଗିଛି । ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୀତି କ୍ୟାରିଅର ଆରମ୍ଭକୁ ନେଇ ଏବେ ଆେଲାଚନା ଜୋରଦାର ଚାଲିଛି । ଆଇଏଏସ୍ ଚାକିରି ଛାଡି  ଅପରାଜିତା ବିେଜପିରେ ଯୋଗଦେବା ସହ  ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ  ଦଳର ରାଜ୍ୟ ସଭାପତି  ବା ଶୀର୍ଷ ନେତୃତ୍ତ୍ୱ  ଏହାକୁ ଖଣ୍ଡନ କରିନାହାନ୍ତି। ଏଣୁ ଏହି ଚର୍ଚ୍ଚାରେ ସତ୍ୟତା ଅଛି ଓ ଏହା ଅମୂଳକ ନୁହେଁ  ବୋଲି ବିଭିନ୍ନ ମହଲରେ  ବିଚାର କରାଯାଉଛି । ଅପରାଜିତାଙ୍କ ବିେଜପି ଯୋଗଦାନ ଚର୍ଚ୍ଚାକୁ ରାଜନୈତିକ ମହଲ ଗୁରୁତ୍ୱ  ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ହୁଅନ୍ତୁ କି ବିଏମସି କମିସନର ସେ ନିଜ କାର୍ଯ୍ୟ ଦକ୍ଷତା ପାଇଁ ଚର୍ଚ୍ଚାରେ ରହିଥିେଲ। କର୍ପୋରେଟରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ  ତାଙ୍କର ସଂପର୍କ ରହିଛି। ଏଣୁ ଭୁବନେଶ୍ୱରରେ  ଯଦି ସେ ପ୍ରାର୍ଥୀ ହୁଅନ୍ତି ତାହା ବିଜେପିକୁ  ବଳ ଦେଇପାରିବ । .ଏହାସହ  ପ୍ରଧାନମନ୍ତ୍ରୀଙ୍କ ଇସାରାରେ ଅପରାଜିତା ଓଡ଼ିଶା ରାଜନୀତିରେ ପାଦ ଥାପୁଚ୍ଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଅପରାଜିତା କରିଥିବା ଟୁଇଟି ସେ ରାଜନୀତିରେ ସାମିଲ ହେବା ନେଇ ପରୋକ୍ଷ ଇଙ୍ଗିତ କରୁଛି । ଟୁଇଟିରେ ସେ ଦର୍ଶାଇଛନ୍ତି ଯେ  ଜଗନ୍ନାଥଙ୍କ ପବିତ୍ର ରଥ ଜଣେ ବ୍ୟକ୍ତିଙ୍କ ଦ୍ୱାରା  ନୁହେଁ, ଅନେକଙ୍କ ଦ୍ୱାରା ଟଣାଯାଏ। ମିଳିତ ପ୍ରଚେଷ୍ଟାରେ ସବୁ ବଡ଼ ସଫଳତା ମିଳେ। ‘ଆମେ, ମୁଁ ନୁହେଁ’। ଅର୍ଥାତ୍ ସମସ୍ତଙ୍କୁ ନେଇ ସେ  ଆଗକୁ ଯିବେ ଓ  ରାଜ୍ୟ ରାଜନୀତିର ଏକ ବଡ଼ ଦାୟିଫାତ୍ୱରେ ରହିବେ ବୋଲି  ସେ  ସଂପର୍କରେ ଇଙ୍ଗିତ ଦେଇଥିବାର ସୂଚାଉଛି  ।  ସେହିପରି ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି –କେବଳ ବଞ୍ଚିବା ମୋ ଜୀବନର ଲକ୍ଷ୍ୟ ନୁହେଁ। ବରଂ ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ଜୀବନ ଚାହେଁ। ନିଜର ଆଗ୍ରହ, ଆନନ୍ଦ ଓ ଅନ୍ଦାଜରେ କାମ କରିବା ପାଇଁ ଚାହେଁ। ମାୟା ଏଞ୍ଜେଲିଓଙ୍କ ଏହି ଶବ୍ଦ ମୋ ଜୀବନ ଦର୍ଶନ । ରାଜ୍ୟ ସରକାର ଅପରାଜିତାଙ୍କ ସ୍ୱେଚ୍ଛାକୃତ  ଅବସର ଆବେଦନକୁ ଅନୁେମାଦନ ଦେଇସାରିଥିବା ବେଳେ  କେନ୍ଦ୍ର ସରକାରଙ୍କ ମୋହରକୁ ଅପେକ୍ଷା ରହିଛି ।