ଓଡିଆନ୍ ନ୍ୟୁଜ

192

ବିଜେପୁର ଉପନିର୍ବାଚନ ନୁହେଁ, ୨୦୧୯ରେ ଓଡ଼ିଶାରେ ବିଜେପି ସରକାର-ଧର୍ମେନ୍ଦ୍ର

Team Odian News |

ବିଜେପୁର ଉପନିର୍ବାଚନ ନୁହେଁ, ୨୦୧୯ରେ ଓଡ଼ିଶାରେ ବିଜେପି ସରକାର-ଧର୍ମେନ୍ଦ୍ର
ଭୁବନେଶ୍ୱର,୨୮ା୯(ଓଡିଆନ୍ ନ୍ୟୁଜ୍):ବିଜେପୁର ପଲିଟିକ୍ସ ନେଇ ରାଜନୀତି ମହଲରେ ଦିନକୁ ଦିନ ଚର୍ଚ୍ଚା ଜୋର ଧରୁଛି। ରାଜ୍ୟରେ କଂଗ୍ରେସ ଦଳ ଠାରୁ ଆରମ୍ଭ କରି ବଜେଡି, ବିଜେପି ପର୍ୟ୍ୟନ୍ତ ସମସ୍ତ ବିଜେପୁର ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖୁଛନ୍ତି। ବିଜେଡି ପାଇଁ ଦିବଙ୍ଗତ ସୁବଳ ସାହୁଙ୍କ ପତ୍ନୀ ପାର୍ଥୀନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଉପନିର୍ବାଚନକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପୁର ଉପନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ। ବିଜେଡି ବିରୋଧରେ ଜନ ଅସନ୍ତୋଷ ବଢୁଛି। ସ୍ପଷ୍ଟ ଜନାଦେଶ ସଂଙ୍କେତ ମିଳିଛି,୨୦୧୯ରେ ଚରମ ପରିଣାମ ବୋଲି ଧର୍ମେନ୍ଦ୍ର କହିଛନ୍ତି” । ବିଜେଡି ଦଳରୁ ବିଜେପି ଦଳରେ ମିଶିଥିବା ଅଶୋକ ପ୍ରାଣୀଗ୍ରାହୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଉତ୍ତରରେ ସେ କହିଛନ୍ତି, “ପ୍ରାର୍ଥୀ ସ୍ଥିର ହୋଇନାହିଁ । ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତି କରାଯିବ”। ଅନୁକମ୍ପା ଓ ବ୍ୟକ୍ତି ସେଠାରେ ପ୍ରସଙ୍ଗ ନୁହେଁ। ପ୍ରସଙ୍ଗ ହେଉଛି ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟ ଶାସନ । ଓଡିଆ ଲୋକଙ୍କ ହକ୍ ପାଇଁ ଲଢେଇ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।