ଓଡିଆନ୍ ନ୍ୟୁଜ

125

କେନ୍ଦ୍ର ସରକାର ଓ ଆରବିଆଇ ବିବାଦ ୯ ଘଣ୍ଟା ବୈଠକ ପରେ ବାହାରିଲା ସମାଧାନ ବାଟ

Team Odian News |

କେନ୍ଦ୍ର ସରକାର ଓ ଆରବିଆଇ ବିବାଦ ୯ ଘଣ୍ଟା ବୈଠକ ପରେ ବାହାରିଲା ସମାଧାନ ବାଟ 


 
ନୂଆଦିଲ୍ଲୀ,୨୦/୧୧(ଓଡ଼ିଆନ ନ୍ୟୁଜ):କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବହୁଦିନ ଧରି ଲାଗିଥିବା  ବିବାଦରେ ପୁର୍ଣ୍ଣଛେଦ ପଡିବାସହ ସମାଧାନର ବାଟ ବାହାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ଏହି ସମସ୍ୟାର  ବାଟ ବାହାରିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ୪ଜଣ ଡେପୁଟି ଗଭର୍ଣ୍ଣରଙ୍କ ସହ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧି ଏଥିରେ ଯୋଗ ଦେଇଥିବା ବେଳେ ୯ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକରେ ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ସଂରକ୍ଷିତ ପାଣ୍ଠିରେ କେତେ ପରିମାଣର ପାଣ୍ଠି ରହିବ ସେ ନେଇ ଉଚ୍ଚସ୍ତରୀୟ କମିଟି ଗଠନର ନିଷ୍ପତି ହୋଇଛି ।  କ୍ଷୁଦ୍ର ବ୍ୟବସାୟୀଙ୍କୁ ୨୫ କୋଟି ଟଙ୍କାର ଋଣ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି । ଆରବିଆଇ ନିକଟରେ ଥିବା ୯ ଲକ୍ଷ ୬୯ ହଜାର କୋଟି ଟଙ୍କାରୁ ୩ ଲକ୍ଷ କୋଟି ଟଙ୍କା ଦେବାକୁ ସରକାର ଚାପ ପକାଉଥିବାର ଚର୍ଚ୍ଚା ହୋଇଥିଲା  କିନ୍ତୁ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଆପତି ଉଠାଇବରୁ କେନ୍ଦ୍ର ଓ ଆରବିଆଇ ମଧ୍ୟରେ ବିବାଦ ଉପୁଜିଥିଲା   । ତେବେ ସମ୍ଭାବ୍ୟ ଜରୁରୀକାଳିନ ସ୍ଥିତି ପାଇଁ ଟଙ୍କା ଗଛିତ କରି ରଖାଯିବା ଦରକାରବୋଲି ଆରବିଆଇ କହିଛି । ସଂରକ୍ଷିତ ପାଣ୍ଠି ପାଇଁ ବିଶେଷଜ୍ଞ କମିଟି ଗଠନର ନିଷ୍ପତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।