ଓଡିଆନ୍ ନ୍ୟୁଜ

154

ଓଜନ ବଢାଇବାକୁ ଚାହୁଁଛନ୍ତି କି?

Team Odian News |

ଓଜନ ବଢାଇବାକୁ ଚାହୁଁଛନ୍ତି କି?

 
୨୦/୧୧(ଓଡ଼ିଆନ ନ୍ୟୁଜ):ଆମ ଆଖପାଖରେ ଏପରି ଅନେକ ବ୍ୟକ୍ତି ଥାନ୍ତି ଯେଉଁମାନଙ୍କୁ ସେମାନଙ୍କ କ୍ଷୀଣ ଶରୀର ବା କମ୍ ଓଜନ ପାଇଁ କାଟାକ୍ଷ ଶୁଣିବାକୁ ପଡ଼ିଥାଏ । ଯଦି ଆପଣବି ଏହି ଭଳି କଟାକ୍ଷ ଶୁଣୁଛନ୍ତି ବା ପତଳା ଚେହେରା ପାଇଁ ଚିନ୍ତିତ ଅଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର ହୋଇ ପାରିବ । ପ୍ରଥମେ ଜାଣନ୍ତୁ ପତଳା ଓ ଦୁର୍ବଳ ଶରୀରର କାରଣ କ’ଣ? ଅଧବକ ଚିନ୍ତାଗ୍ରସ୍ତ ହେବା, ସଠିକ୍ ସମୟରେ ଖାଦ୍ୟ ନଖାଇବା, ଅନିଦ୍ରା, ଆବଶ୍ୟକତାଠାରୁ ଅଧିକ ୱାର୍କ ଆଉଟ କରିବା, ମଧୁମେହ ରୋଗ, ବଂଶଗତ କାରଣ ଓ ଅନ୍ୟାନ୍ୟ ରୋଗ ପତଳା ଶରୀର କାରଣ ହୋଇଥାଏ ।
ଉପଚାର:-
• କ୍ଷୀରରେ ଚିନି, ଖଜୁରି, ପେସ୍ତାବାଦାମ ମିଶାଇ ଗୋଟି ମିଶ୍ରଣ ତିଆରି କରନ୍ତୁ ଏହିଭଳି ଦିନରେ ଦୁଇଥର ପିଅନ୍ତୁ । ି ୩୦ରୁ୬୦ ଦିନ ଏହି ଉପାୟ କରିବା ପରେ ଶରୀର ଓଜନ ବୃଦ୍ଧି ହୋଇଥାଏ ।
• କ୍ଷୀର ସହ କଦଳୀ ମିଶାଇ ଦିନରେ ଦୁଇଥର ଖାଇବା ଦ୍ୱାରା ଓଜନ ବଢିଥାଏ । ଏକ ମାସ ମଧ୍ୟରେ ଏହାର ଫଲାଫଳ ପରିଲକ୍ଷିତ ହେବ ।
• କ୍ଷୀରରେ ପିନାଇଟ ବଟର ମିଶାଇ ନିୟମିତ ବ୍ରେଡ଼ ଖାଇଲେ  ଓଜନ ବଢାଇବାରେ ସହାୟ ହୋଇଥାଏ । ଏହାସହ ଅଧିକ ପରିମାଣର ଆଳୁ ଓ ଭାତ ଖାଆନ୍ତୁ । ଆଳୁରେ ଅଧିକ ମାତ୍ରରେ କାବ୍୍େରାହାଇଡ୍ରେଡ ଓ ପ୍ରୋଟିନ ରହିଥିବାରୁ ଓଜନ ବଢାଇବାରେ ସହାୟ ହୋଇଥାଏ ।
• ନିୟମିତ ଆମ୍ବ ଜୁସ ବା ସେକ୍ ପିଇବା ଦ୍ୱାରା  ଶରୀର ଓଜନ ବଢିଥାଏ । ଏହାକୁ ବ୍ୟବହାର କରିବାର ଏକରୁ ଦୁଇ ମାସ ମଧ୍ୟରେ ଆପଣ ନିଜେ ଫରକ ଦେଖି ପାରିବେ । ଆମିଷ ଖାଉଥିବା ଲୋକ ପ୍ରତିଦିନ ୩ରୁ୪ଟି ଅଣ୍ଡା ଖାଆନ୍ତୁ, ଚିକେନ ଖାନ୍ତୁ ଓଜନ ବଢିବ । ବଟର, ବାଦାମ, ଚିନିର ଏକ ମିଶ୍ରଣ ତିଆରି କରି ରୁଟି ବା ବ୍ରେଡ଼ରେ ଖାଆନ୍ତୁ ।
• ଓଜନ ବଢାଇବାରେ ଡ଼ିମିରି ଫଳ ଓ କିସମିସ ମଧ୍ୟ ସହାୟ ହୋଇଥାଏ । ଏହି ଦୁଇଟି ଜିନିଷକୁ ଭିଜାଇ ପ୍ରତିଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ । ପ୍ରତିଦିନ ଦୁଇରୁ ତିନଥର ଦହି ଚିନି ଖାଇବା ଦ୍ୱାରା ମଧ୍ୟ ଓଜନ ବଢିଥାଏ ।
• ଏହାସହ ଯଦି ପ୍ରତିଦିନ ସମ୍ଭବତ ଫଳ ଖାଆନ୍ତୁ ବା ଜୁସ ପିଅନ୍ତୁ ।