ଓଡିଆନ୍ ନ୍ୟୁଜ

160

ମାଓବାଦୀଙ୍କ ଆନ୍ଧ୍ର ଓ ଓଡିଶା ସୀମାରେ ବନ୍ଦ ଡାକରା

Team Odian News |

ମାଓବାଦୀଙ୍କ ଆନ୍ଧ୍ର ଓ ଓଡିଶା ସୀମାରେ ବନ୍ଦ ଡାକରା


ମାଲକାନଗିରି,୨୦/୧୧(ଓଡ଼ିଆନ ନ୍ୟୁଜ): ଆନ୍ଧ୍ର ଓ ଓଡିଶା ପୋଲିସ ମାଓ ଦମନ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରି ଆଜି ଉଭୟ ରାଜ୍ୟର ସୀମାବର୍ତୀ ଅଂଚଳରେ ବନ୍ଦ ଡାକରା ଦେଇଛନ୍ତି । ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ମାଓବାଦୀମାନେ ଠିକାଦାରଙ୍କ ନିମ୍ନମାନର କାମ ଏବଂ ଅକ୍ଟୋବର ୫ରେ ହୋଇଥିବା କୁରମାନୁର ଏନକାଉଂଟରକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ସମ୍ଭାବ୍ୟ ହିଂସାକାଣ୍ଡକୁ ଦେଖି ପୋଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ବ୍ୟାପକ ଫୋର୍ସ ମୃତୟନ କରାଯାଇଛି । ଏହାସହ ଯବାନ ମାନେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ମାଓବାଦୀଙ୍କ ବନ୍ଦ ଡାକରାକୁ ବିରୋଧ କରି ଖଇରପୁଟରେ ପୋଷ୍ଟର ଲଗାଯାଇଛି । ନନ୍ଦପୁର ସହ ହାତୀବାରି ନିକଟରେ ଶହଶହ ପୋଷ୍ଟରରେ ମାଓବାଦୀମାନ ଦେଇଥିବା ବନ୍ଦ ସଂପୂର୍ଣ୍ଣ ଭାବରେ ସଫଳ ହୋଇ ନଥିବା କୁହାଯାଇଛି । ଅନେକ ସ୍ଥାନରେ ଘରୋଇ ବସ ଚଳାଚଳ କରୁଥିବାବେଳେ ଦୋକାନବଜାର ଖୋଲା ରହିଥିବା ଦେଖାଦେଇଛି ।