ଓଡିଆନ୍ ନ୍ୟୁଜ

121

୨୦ ଫୁଟ୍‌ ତଳକୁ ଖସିଲା ବସ୍‌, ୩୦ରୁ ଅଧିକା ଆହତ

Team Odian News |

୨୦ ଫୁଟ୍‌ ତଳକୁ ଖସିଲା ବସ୍‌, ୩୦ରୁ ଅଧିକା ଆହତ କଟକ,୨୦/୧୧(ଓଡ଼ିଆନ୍ ନ୍ୟୁଜ୍):ମହାନଦୀ ପୋଲରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଚଣ୍ଡୀଖୋଲରୁ କଟକ ଆସିବା ବାଟରେ ଏହି ଦୁର୍ଘଟଣା ଘଟିଛି। ମଇଁଷିକୁ ଧକ୍କା ଦେଇ ୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ବସ୍‌। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଲା କମିସନରେଟ୍‌ ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ। ବସ୍‌ଟି ଅନୁଗୁଳରୁ କଟକ ଆସିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ର ନାମ ‘ଜଗନ୍ନାଥ’ ଓ ନମ୍ବର-OD 35 A 0211। ୨୦୧୫ରେ ପଞ୍ଜିକୃତ ହୋଇଥିବା ଏହି ବସ୍‌ର ଫିଟ୍‌ନେସ ଅଛି। ନଦୀର ଦୁଇ ଧାରରେ ପାଣି ଥିବାରୁ ଉଦ୍ଧାର ଯାତ୍ରୀଙ୍କୁ ବୋଟ୍‌ ଯୋଗେ ଆମ୍ବୁଲାନ୍ସ ଯାଏ ନିଆଯାଇଛି, SCB ମେଡିକାଲ୍‌ରେ ୬ ଜଣ ଆହତ ଯାତ୍ରୀଙ୍କୁ ଭର୍ତି କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ ଆହତଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା ହୋଇଛି।