ଓଡିଆନ୍ ନ୍ୟୁଜ

197

ବଡ଼ ମେଡ଼ିକାଲ ହେମାଟୋଲୋଜି ବିଭାଗରେ ନିଆଁ

Team Odian News |

ବଡ଼ ମେଡ଼ିକାଲ ହେମାଟୋଲୋଜି ବିଭାଗରେ ନିଆଁ
କଟକ,୨୧/୧୧(ଓଡ଼ିଆନ୍ ନ୍ୟୁଜ):  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ହସ୍‌ପିଟାଲର ହେମାଟୋଲୋଜି ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ରୋଗୀ କିମ୍ବା ତାଙ୍କ ସହଯୋଗୀ ମୃତାହତ ହୋଇ ନାହାଁନ୍ତି। ତେବେ ନିଆଁ ଲାଗିବା ପରେ ଜୀବନ ବିକଳରେ ରୋଗୀମାନେ ଓ୍ଵାର୍ଡ ଛାଡ଼ି ପଳାଇ ଆସିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ବିଭାଗରେ ୪୦ ଜଣ ରୋଗୀ  ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଛନ୍ତି। ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିବାର କୁହାଯାଉଛି। ନିଆଁ ଲାଗିଯିବା ଜାଣିବା ପରେ ରୋଗୀଙ୍କୁ ଧରି ସେମାନଙ୍କ ସମ୍ପର୍କୀୟମାନେ ପଦାକୁ ବାହାରି ଆସିଥିଲେ। କେଉର୍ ରୋଗୀ ହାତର ସାଲାଇନ ଲାଗିଥିବା ଅବସ୍ଥାରେ ତ କିଏ ନିଜ ଔଷଧ ପତ୍ର ଧରି ବାହାରକୁ ପଳାଇ ଆସିଥିଲେ।