ଓଡିଆନ୍ ନ୍ୟୁଜ

149

ପାକିସ୍ତାନୀ ଜାତୀୟ ପତାକା ଉଡାଇ ଅଡ଼ୁଆରେ ସଲମାନ୍‌ ଖାନ୍‌: ରୁଜୁ ହେଲା ଏତଲା

Team Odian News |

ପାକିସ୍ତାନୀ ଜାତୀୟ ପତାକା ଉଡାଇ ଅଡ଼ୁଆରେ ସଲମାନ୍‌ ଖାନ୍‌: ରୁଜୁ ହେଲା ଏତଲା

 
ମୁମ୍ବାଇ,୨୧/୧୧(ଓଡିଆନ୍ ନ୍ୟୁଜ) : ଅନେକ ସମୟରେ ଆଇନଗତ ସମସ୍ୟାରେ ଫସୁଥିବା ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ପୁଣି ଏକ ନୂଆ ସମସ୍ୟାର ସାମ୍ନା କରିଛନ୍ତି । ତାଙ୍କ ବିରୋଧରେ ପଞ୍ଜାବର କିଛି ଲୋକେ ଏତଲା ଦେଇଥିବା ଜଣା ପଡ଼ିଛି । ଫିଲ୍ମ ‘ଭାରତ’ ପାଇଁ ତାଙ୍କ ବିରୋଧରେ ଏହି ଏତଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ତେବେ ଏହି କାମରେ ସଲମାନଙ୍କ ଭୁଲ୍‌ କେତେ ତାହା ସ୍ପଷ୍ଟ ହୋଇ ନାହିଁ ।ସୂଚନା ମୁତାବକ, ସଲମାନ ଏବଂ କ୍ୟାଟ୍ରିନା ଅଭିନୀତ ଫିଲ୍ମ ଭାରତର କିଛି ଭାଗର ସୁଟିଂ ପଞ୍ଜାବରେ କରାଯାଇଥିଲା । ଏହି ଫିଲ୍ମର ଏକ ଭାଗରେ ସଲମାନ ପାକିସ୍ତାନର ଜାତୀୟ ପତାକା ଉଡ଼ାଉଥିବାର ଏକ ଦୃଶ୍ୟ ରହିଛି । ଏହାର ସୁଟିଂ ପଞ୍ଜାବର ଏକ ଗାଁରେ କରାଯାଇଥିଲା । ଫିଲ୍ମରେ ଥିବା ଏହି ଦୃଶ୍ୟର ସୁଟିଂ ହେଉଥିବା ଦେଖି ଗାଁ ଲୋକେ ରାଗିବା ସହ ସଲମାନଙ୍କ ବିରୋଧରେ ଏତଲା ଦେଇଥିଲେ । ଏହା ସହ ସଲମାନ ରହୁଥିବା ହୋଟେଲକୁ ମଧ୍ୟ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି । ପାକିସ୍ତାନର ଜାତୀୟ ପତାକା ଭାରତରେ ଉଡ଼ାଇବା ଭୁଲ । ସଲମାନ ଏପରି କରି ଭାରତକୁ ଅପମାନିତ କରିଛନ୍ତି ବୋଲି ଗାଁ ଲୋକେ କହିବା ସହ ଅଭିଯୋଗ ଆଣିଥିବା ସୂଚନା ମିଳିଛି ।