ଓଡିଆନ୍ ନ୍ୟୁଜ

170

ଭିତରକନିକା ଜାତୀୟ ଉଦ୍ୟାନରୁ ୩ମତ୍ସ୍ୟଜୀବି ଗିରଫ

Team Odian News |

ଭିତରକନିକା ଜାତୀୟ ଉଦ୍ୟାନରୁ ୩ମତ୍ସ୍ୟଜୀବି ଗିରଫ
ରାଜନଗର,୨୧ା୧୦(ଓଡ଼ିଆନ୍ ନ୍ୟୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ମହାକୂଳଡିଆ ଫରେଷ୍ଟ ବ୍ଲକ ଅଂଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଫରେଷ୍ଟର ସଂଜୟ ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ତ୍ରିଦ୍ୱିବ ପ୍ରଧାନ, ଆଂଟିପୋଚିଂ ସ୍କ୍ୱାର୍ଡ ପ୍ରମୋଦ ରାଉତଙ୍କ ସହ କର୍ମଚାରୀମାନେ ପହଂଚି ଗୋଟିଏ ଡିଙ୍ଗିକୁ ଜବତ କରିବା ସହ ସେଥିରେ ଥିବା ୩ଜଣ ମତ୍ସ୍ୟଜୀବି ଗୁରୁପଦ ପ୍ରଧାନ, ସୃଜନ ପ୍ରଧାନ ଏବଂ ସତ୍ୟଜିତ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କଠାରୁ ୩ଶହ ଫୁଟର ମନୋଡଫିଲାମେଂଟ ଜାଲ ସହ ମାଛ ଜବତ କରିଛନ୍ତି ।