ଓଡିଆନ୍ ନ୍ୟୁଜ

203

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା, ୨ ଦିନରେ ୨ ମାଓବାଦୀଙ୍କୁ ଏନ୍‌କାଉଣ୍ଟର

Team Odian News |

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା, ୨ ଦିନରେ ୨ ମାଓବାଦୀଙ୍କୁ ଏନ୍‌କାଉଣ୍ଟର ମାଲକାନଗିିରି,୨୨/୧୧(ଓଡ଼ିଆନ ନ୍ୟୁଜ): ବୁଧବାର ଛତିଶଗଡ଼ର ସୁକମା ପୁଲିସ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କୁ ମାରିବା ପରେ ଆଜି ଛତିଶଗଡ଼ ଜିଲ୍ଲାର ବିଜାପୁର ପୁଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି। ପୁଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହାସହ ସୁକମା ଜିଲ୍ଲାର କିଷ୍ଟାରାମ ଅଞ୍ଚଳରେ ମାଓବାଦୀମାନେ ଏକ ବାଇକକୁ ବିସ୍ଫୋରଣ କରିଥିବାର ଜଣାପଡିଛି। ବାଇକ ଆରୋହୀଙ୍କ କୌଣସି ଖବର ମିଳି ନାହିଁ। ସୂଚନା ଅନୁସାରେ ଛତିଶଗଡ଼ର ବିଜାପୁର ଜିଲ୍ଲାର ତିମାପୁର ଜଙ୍ଗଲରେ ନକ୍ସଲକୁ ଗୁଳିକରି ପୁଲିସ ନିହତ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ନକ୍ସଲମାନେ ମଧ୍ୟ ଗୁଳି କରିଥିଲେ। ସୂଚନାଯୋଗ୍ୟ ବୁଧବାର ଛତିଶଗଡ଼ର ସୁକମା ପୁଲିସକୁ ବଡ଼ ସଫଳତା ମିଳିଥିଲା। ସୁକମା ପୁଲିସ ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ଜ୍ୟୋତିକୁ ନିହତ କରିଥିଲା। ଜ୍ୟୋତି ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଯାଇଥିଲା। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଥିଲା ସୁକମା ଏସ୍‌ପି ଅଭିଷେକ ମିଣା ସୂଚନା ଦେଇଥିଲେ।