ଓଡିଆନ୍ ନ୍ୟୁଜ

240

ଭିତରକନିକା ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଆରମ୍ଭ

Team Odian News |

ଭିତରକନିକା ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଆରମ୍ଭ 
ରାଜନଗର,୨୨ା୧୧ଓଡ଼ିଆନ୍ ନ୍ୟୁଜ୍): ରାଜନଗର ବନଖଣ୍ଡ ତଥା ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରାକୃତିକ ଭାବରେ ବଂଚୁଥିବା ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଗଣନା ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଏହି ଗଣନା ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇ ୨୫ତାରିଖ ରବିବାର ଦିନ ଶେଷ ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଏହି ବନଖଣ୍ଡର ଭିତରକନିକା ରାଜନଗର, ଗହୀରମଥା ରେଞ୍ଜ ସହ ମହାକାଳପଡା ଓ କୁଜଙ୍ଗ ରେଞ୍ଜରେ ମଧ୍ୟରେ ଏକ ସମୟରେ ଗଣନା କରାଯିବ । ବିଶେଷକରି ହରିଣ, ବାରାହା ହେଟାବାଘ, ହନୁମାଙ୍କଡ, ପାତିମାଙ୍କଡ, ଝିଙ୍କ, ବଣଓଧ, ଓଧ, ସମ୍ବର ଓ ଠେକୁଆ ପ୍ରଭୃତି ସ୍ତନ୍ୟପାୟୀ ବନ୍ୟପ୍ରାଣୀଙ୍କ ସହ କିଙ୍ଗକୋବ୍ରାର ଗଣନା କରାଯିବ ବୋଲି ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁହାଯାଇଛି । ଏହି ଗଣନା ପାଇଁ ୪୬ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ଦୁଇଜଣ ଲେଖାଏ ଗଣନା ଗଣନା କରିବେ । ଗତ ତିନିବର୍ଷ ହେଲା ଏହି ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା କରାଯାଉଛି ।