ଓଡିଆନ୍ ନ୍ୟୁଜ

142

ଆଜି କାର୍ତ୍ତିକ ପୂର୍ଣ୍ଣିମା : ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ

Team Odian News |

ଭୁବନେଶ୍ୱର :୨୨/୧୧(ଓଡ଼ିଆନ ନ୍ୟୁଜ) ଆଜି କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ଉତ୍ସବ। ଆଜି ଭୋର୍‌ରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନଦୀ ଓ ପୁଷ୍କରିଣୀମାନଙ୍କରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲଡଙ୍ଗା ଭସାଇଥିଲେ। ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ। ଏଥିସହିତ କାର୍ତ୍ତିକ ମାସର ଏହା ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ଏହାବ୍ୟତୀତ ପୁରୀରେ ବୋଇତ ବନ୍ଦାଣ ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ମହୋଦଧିରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଏଥିସହିତ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଗି ମଧ୍ୟ ପ୍ରବଳ ଭିଡ଼ ଲାଗିରହିଛି।